fbpx
BSKY SKY
BSKY SKY

ଏଣିକି ୩୦ ଦିନ ଭିତରେ ପ୍ରାଣ ହରାଇଲେ କୋଭିଡ୍ ମୃତ୍ୟୁ ଭାବେ ଗଣାଯିବ: କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପରେ ରାଜ୍ୟରେ ହେବ ସଂଶୋଧନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୃତ୍ୟୁ ତାଲିକା ସଂଶୋଧନ କରାଯାଇପାରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନକୁ ନେଇ ଏପରି ଆଶଙ୍କା କରାଯାଉଛି । ପୂର୍ବରୁ କରୋନା ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଦୀର୍ଘଦିନ ରହି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ କୋଭିଡ୍ ଜଟିଳତା ଜନିତ ମୃତ୍ୟୁ ଭାବେ ଗ୍ରହଣ କରାଯାଉଥିଲା । ମାତ୍ର ନୂତନ ନିୟମ ଅନୁସାରେ ଏବେ ତାହାକୁ କୋଭିଡ୍ ମୃତ୍ୟୁ ଭାବେ ଗଣାଯିବ । ପୂର୍ବର ୨୫ ଦିନ ଭିତରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲେ ତାହାକୁ କୋଭିଡ୍ ମୃତ୍ୟୁ ବୋଲି ଧରାଯାଉଥିବା ବେଳେ ଏବେ ତାହା ୩୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ତେବେ ରାଜ୍ୟରେ ପ୍ରଥମ ଦ୍ୱିତୀୟ ଲହରକୁ ମିଶାଇ ମୋଟ ୮୨୪୨ ଜଣଙ୍କ ମୃତ୍ୟୁ ଘଟିଛି । ୨୦୨୦ ମସିହାରେ ୧୮୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅବଶିଷ୍ଟ ଚଳିତ ବର୍ଷ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଆସିବା ପରେ ରାଜ୍ୟ ସରକାର କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ, ହସ୍ପିଟାଳରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ୩୦ ଦିନ ପରେ ପ୍ରାଣ ହରାଇଲେ ମଧ୍ୟ ତାହାକୁ କୋଭିଡ୍ ମୃତ୍ୟୁ ବୋଲି କୁହାଯିବ । ସେହିପରି ୩୦ ଦିନ ଭିତରେ ପ୍ରାଣ ହରାଇଥିବା ରୋଗୀଙ୍କୁ କୋଭିଡ୍ ମୃତ୍ୟୁ ବୋଲି ଧରାଯିବ । ତେଣୁ ରାଜ୍ୟର କୋଭିଡ୍ ମୃତ୍ୟୁ ତାଲିକାରେ ଆଉ କିଛି ସାମିଲ ହୋଇପାରିନ୍ତି । ଏଥିପାଇଁ ମ୍ୟୁନିସିପାଲିଟି ସ୍ତରରେ ଏକ ସ୍ୱତନ୍ତ୍ର କମିଟି ଗଠନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି । ଏହି କମିଟି ସଂପର୍କରେ ଉଭୟ ଛାପା ଓ ବୈଦ୍ୟୁତି ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.