fbpx

ଲଖିମପୁର ଖେରୀ ମାମଲା: ନିଜେ ଆଣିଥିବା ଭିଡିଓରେ ଫସିଗଲା ଆଶିଷ ମିଶ୍ରା, ଜେରା ବେଳେ ଦେଇପାରିଲାନି ପ୍ରଶ୍ନର ଉତ୍ତର

ଲଖିମପୁର ଖେରୀ: ୟୁପିର ଲଖିମପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗତକାଲି ଜେରା କରାଯିବା ପରେ ଶନିବାର ଦିନ ବିଳମ୍ବିତ ଗିରଫ କରାଯାଇ ତିନି ଦିନ ପାଇଁ ରିମାଣ୍ଡକୁ ପଠାଇ ଦିଆଯାଇଛି । ଆଶିଷ ମିଶ୍ରାଙ୍କ ଉପରେ ଅକ୍ଟୋବର ୩ ତାରିଖରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗ ରହିଛି । ଏହା ସହିତ ଗୁଳି କରିଥିବା ଅଭିଯୋଗ ମଧ୍ୟ ରହିଛି । ଯେଉଁ ଜିପ୍ ରେ ସେ ଏହି କାଣ୍ଡ ଘଟାଇଥିଲେ ସେଥିରୁ କିଛି ଗୁଳି ମଧ୍ୟ ଜବତ କରାଯାଇଥିଲା । ଜେରା ସମୟରେ ତାଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ କରାଯାଇଥିଲା । କିଛି ପ୍ରଶ୍ନର ଉତ୍ତର ସେ ଦେଇପାରିନଥିଲେ ଓ ସେ ଏହା ବି ପ୍ରମାଣ କରିପାରିନଥିଲେ ଯେ, ସେ ଘଟଣା ସମୟରେ ଉପସ୍ଥିତ ନଥିଲେ । କିନ୍ତୁ ପୋଲିସ୍ ପାଖରେ ତାଙ୍କ ବିରୋଧରେ ପ୍ରମାଣ ରହିଥିଲା ଓ ସାକ୍ଷୀ ମଧ୍ୟ ରହିଥିଲେ ।

ସୂଚନାଯୋଗ୍ୟ, ଶନିବାର ଦିନ ଆଶିଷ ମିଶ୍ରା କ୍ରାଇମବ୍ରାଞ୍ଚ ଅଫିସ୍ ରେ ହାଜର ହୋଇଥିଲେ । ନିର୍ଦ୍ଦୋଶ ବୋଲି ପ୍ରମାଣ କରିବା ପାଇଁ ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ତାଙ୍କୁ ପ୍ରମାଣ ଦେଖାଇବାକୁ କହିଥିଲେ । କିନ୍ତୁ ସେଥିରେ ସେ ବିଫଳ ହୋଇଥିଲା । ଗାଡ଼ିରେ ଗୁଳି କେଉଁଠୁ ଆସିଲା ତାହା ବି ସେ କହିପାରିନଥିଲା । ଜେରା ସମୟରେ ଆଶିଷ କିଛି ଭିଡିଓ ଏସଆଇଟି ସାମନାରେ ଦେଖାଇଥିଲା । କିନ୍ତୁ ଭିଡିଓ ଦେଖାଇବା ପରେ ସେ ନିଜେ ହିଁ ସେ ଭିଡିଓ ଆଳରେ ଫଶିଯାଇଥିଲେ । ସେ ଏହା ବି ଦର୍ଶାଇ ପାରିନଥିଲେ ଯେ, ଘଟଣା ସମୟରେ ସେ ନିଜ ବାପାଙ୍କ ସହ ଥିଲେ । ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ପୋଲିସ୍ ଗିରଫ କରିଥିଲା ।

 

Get real time updates directly on you device, subscribe now.