fbpx

ବାଣ ଦୋକାନରେ ବିସ୍ଫୋରଣ: ଦୁର୍ଘଟଣାରେ ୪ ଜଣ ଗୁରୁତର

କାମାକ୍ଷାନଗର: ଦୋକାନରେ ବାଣ ବିକ୍ରି କରିବା ପଡିଛି ମହଙ୍ଗା । ଦୋକାନରେ ବାଣ ଫୁଟି ଗୁରୁତର ହୋଇଛନ୍ତି ୪ ଜଣ ବ୍ୟକ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ନାବାଳକ ଏବଂ ନାବାଳିକା ରହିଥିବା ନେଇ ସୂଚନା ମିଳିଛି । କାମାକ୍ଷାନଗରର ବଡସୁଆଁଳ ଗ୍ରାମରେ ଏଭଳି ଏକ ଦୁର୍ଘଟରା ଘଟିଯାଇଛି । ଆଲୋକର ପର୍ବ ଦୀପାବଳିରେ ଖୁସି ବଦଳରେ ପରିବାରକୁ ଆସିଛି ଦୁଃଖର ପାହାଡ ।

ସୂଚନା ଅନୁସାରେ, ଦୋକାନରେ ବାଣ ବିକ୍ରି କରୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ମୋଟ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ନେଇ ସୁୂଚନା ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସବୁଠୁ ବଡ କଥା ହେଉଛି ଗୁରୁତର ଆହତ ହୋଇଥିବା ଏହି ୪ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଏବଂ ଅନ୍ୟ ଜଣେ ନାବାଳିକା ଥିବା ନେଇ ସୂଚନା ହସ୍ତଗତ ହୋଇଛି । ତେବେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି ।

Get real time updates directly on you device, subscribe now.