fbpx

Jioର ୮୪ ଦିନିଆ ପ୍ଲାନରେ ମିଳୁଛି ୪୦ ଜିବି Free ଡାଟା: ଦୈନିକ ୩ ଜିବି, ମୋଟ ୨୯୨ ଜିବି ମିଳୁଛି

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫର ସବୁ ଲଞ୍ଚ କରୁଛନ୍ତି । ତେବେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ସବୁ ସମୟରେ ବଢ଼ିଆ ବଢ଼ିଆ ପ୍ଲାନ୍ ଆଣିଥାଏ । ନିକଟରେ କମ୍ପାନୀ ଏପରି ଏକ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଗ୍ରାହକମାନେ ୪୦ ଜିବିର ଡାଟା ମାଗଣାରେ ପାଇ ପାରିବେ ।

କ୍ରିକେଟ ପ୍ଲାନରେ ୟୁଜର୍ସଙ୍କୁ ଦୈନିକ ୩ ଡିଜା ଡାଟା ମିଳିବା ସହିତ ଅତିରିକ୍ତ ଫ୍ରି ଡାଟା ଭାଉଚର ମଧ୍ୟ ପ୍ରଦାନ କରାଯାଉଛି । ଏହି କ୍ରିକେଟ ପ୍ଲାନର ମୂଲ୍ୟ ୨୧୯ ଟଙ୍କାରୁ ଆରମ୍ଭ ହୋଇ ୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି । ୯୯୯ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ ଫ୍ରି କଲିଂ ସୁବିଧା ମିଳୁଛି । ଏଥିସହିତ ଦୈନିକ ୧୦୦ ଏସଏମଏସ ମାଗଣାରେ ମିଳିବା ସହିତ ଦୈନିକ ୩ ଜିବି ଡାଟା ମଧ୍ୟ ମିଳୁଛି ।

ତେବେ ସବୁଠାରୁ ଖାସ୍ କଥା ହେଉଛି ଏହି ପ୍ଲାନରେ ଗ୍ରାହକଙ୍କୁ ୪୦ ଜିବିର ମାଗଣା ଡାଟା ମିଳୁଛି । ଏଥିରେ ମୋଟ ୨୯୨ ଜିବି ଡାଟା ମିଳିପାରିବ । ସେହିପରି ୩୯୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସୁବିଧା ସହିତ ଦୈନିକ ୧୦୦ ଏସଏମଏସ, ଦୈନିକ ୩ ଜିବି ଡାଟା ମିଳୁଛି । ଏଥିରେ ଜିଓ ଆପସ ସବସ୍କ୍ରିପସନ ସୁବିଧା ମିଳିବା ସହିତ ପ୍ଲାନର ଭାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିଛି । ସେହିପରି ୨୧୯ ଟଙ୍କିଆ ପ୍ଲାନରେ ଦୈନିକ ୩ ଜିବି ଡାଟା, ୧୦୦ ଏସଏମଏସ ମିଳିବା ସହିତ ଏହାର ଭାଲିଡିଟି ୧୪ ଦିନ ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.