fbpx

ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ସୂଚନା: ଓଡ଼ିଶାର ୪୩୬ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୪୩୬ ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ । ଏନେଇ ବିଧାନସଭାରେ ବିଜେପି ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ‘ରାଜ୍ୟରେ ମୋଟ ୮୦୭୬ଟି ହାଇସ୍କୁଲ ଅଛି । ହାଇସ୍କୁଲ ନଥିବା ପଞ୍ଚାୟତରେ ୟୁପି ସ୍କୁଲକୁ ହାଇସ୍କୁଲ ଭାବେ ଉନ୍ନୀତ କରାଯାଉଛି ।’ ଗ୍ରାମପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାବାଦ୍ ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ନୂତନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ।

ତେବେ ରାଜ୍ୟରେ କେତୋଟି ଉଚ୍ଚ ବିଦ୍ୟାଳୟ ଅଛି । କେତୋଟି ଗ୍ରାମ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ । ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ କରିବାକୁ ସରକାର କଣ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଭବାନୀ ଶଙ୍କର ଭୋଇ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Get real time updates directly on you device, subscribe now.