fbpx

୯ ମହିଳାଙ୍କ ସମେତ ୪୪ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ, ଭୁରିଭୋଜନ ସହ ଧୋତି, କମ୍ବଳ, ଛତା ବାଣ୍ଟିଲା ପୋଲିସ

ସୁକୁମା : ନୂଆ ବର୍ଷ ହଂସ ଛାଡ଼ି ଆତ୍ମସମର୍ପଣ କଲେ ୪୪ଜଣ ମାଓବାଦୀ। ନକ୍ସଲ ଦମନରେ ପୋଲିସକୁ ମିଳିଲା ବଡ଼ ସଫଳତା।  ୯ ଜଣ ମହିଳାଙ୍କ ସହ ୪୪ଜଣ ମାଓବାଦୀ ସମାଜ ମୁଖ୍ୟ ସ୍ରାେତରେ ଫେରିବା ପାଇଁ ବନ୍ଧୁକ ଛାଡ଼ଲେ । ପୁଲିସର ନୂତନ ମାଓ ଦମନ ନୀତି ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରୀ ସହଯୋଗକୁ ଆଧାର କରି ଏମାନେ ନିଜ ଗୋଷ୍ଠୀ ହାତ ଛାଡ଼ିଲେ । ଛତିଶଗଡ଼ର ସୁକମା ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସ୍‌ପି ସୁନୀଲ ଶର୍ମାଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଏ ସମସ୍ତେ ସୁକମା ଓ ଦରଭା ଡିଭିଜନର ଜଣାପଡ଼ିଛି ।

 

ପୁଲିସ ସୂଚନା ଅନୁସାରେ, ଏମାନେ ବିଭିନ୍ନ ସମୟରେ ନାନା ମାଓ ହିଂସାକାଣ୍ଡ ସହ ସାମିଲ ଥିଲେ । ଏମାନଙ୍କ ମଧ୍ୟରେ ଜଣଙ୍କ ମୁଣ୍ଡରେ ୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ୯ଜଣ ମହିଳା ଅଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ପୁଲିସ ପକ୍ଷରୁ ନୂଆବର୍ଷରେ ଭୁରିଭୋଜନ ଦିଆଯାଇଥିଲା । ଧୋତି, କମ୍ବଳ, ଚଦର ଓ ଶାଢି ମଧ୍ୟ ବଣ୍ଟନ କରାଯାଇଥିଲା । ମାଓବାଦୀଙ୍କ ଆତ୍ମସମର୍ପଣ ନିୟମ ଅନୁସାରେ ଏମାନଙ୍କୁ ସହାୟତା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.