fbpx
BSKY
BJD MC SKY
BJD MS SKY

ଶିଶୁଙ୍କ ଟିକାକରଣ: ପ୍ରଥମ ଦିନରେ ୪୫ ହଜାର ପଞ୍ଜୀକରଣ, ସୋମବାରଠୁ ଦିଆଯିବ ଟିକା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍):  ସୋମବାରଠୁ ଆରମ୍ଭ ହେବ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ। ଏଥିପାଇଁ ଶନିବାରଠୁ କୋୱିନ୍‌ ପୋର୍ଟାଲରେ ପଞ୍ଜୀକରଣ ପ୍ରକିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଟିକା ନେବାକୁ ୪୫ ହଜାର ପଞ୍ଜୀକରଣ ହୋଇଛି ।  ପଞ୍ଜୀକରଣ କରିଥିବା ପିଲାମାନେ ସୋମବାରଠୁ ବିଭିନ୍ନ ଟିକାକରଣ କେନ୍ଦ୍ର କୋଭାକ୍ସିନ ଡୋଜ ନେଇ ପାରିବେ । ଟିକାକରଣ କେନ୍ଦ୍ରରେ ମଧ୍ୟ ଅନ୍‌ସାଇଟ ପଞ୍ଜୀକରଣ କରାଯାଇ ପାରିବ । ଯେତେ ପିଲା ଟିକା ନେବାକୁ ଆସିବେ, ସେମାନଙ୍କ ଟିକାକରଣ କରାଯିବ । ୨୦୦୫-୦୭ ମଧ୍ୟରେ ଜନ୍ମ ହୋଇଥିବା ଶିଶୁଙ୍କର ପଞ୍ଜୀକରଣ କରିପାରିବେ।

ଆଧାର କାର୍ଡ ନଥିଲେ  ପିଲାମାନେ  ସ୍କୁଲ ଆଇ କାର୍ଡରେ ପଞ୍ଜିକରଣ କରିପାରିବେ । ବର୍ତ୍ତମାନ ଯେଉଁ ଟିକାକେନ୍ଦ୍ର ରହିଛି, ସେଠାରେ ମଧ୍ୟ ସକାଳ ୮ରୁ ଅପରାହ୍ନ ୧ଟା ସୁଦ୍ଧା ପିଲାଙ୍କୁ ଟିକା ଦିଆଯିବ । ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ । ଟିକାକରଣ ସମ୍ପର୍କରେ ଗୁରୁବାର ପରିବାର କଳ୍ୟାଣ ନିଦେ୍ର୍ଧଶକ ଡା. ବିଜୟ ପାଣିଗ୍ରାହୀ କହିଥିଲେ, ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ ।

Get real time updates directly on you device, subscribe now.