fbpx

ନୂଆ ଖୁଲାସା: କରୋନାର ଡେଲ୍ଟା ଭାରିଆଣ୍ଟ କବଜାରେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ କରୋନା ପଜିଟିଭ୍ ହୋଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେ ନୂଆ ଖୁଲାସା । ଗାଙ୍ଗୁଲିଙ୍କ ରିପୋର୍ଟ କରୋନା ଡେଲ୍ଟା ଭାରିଆଣ୍ଟ ପଜିଟିଭ ଆସିଛି । ଅନ୍ୟପଟେ ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେସନରେ ରଖାଯାଇଛି ।

ପୂର୍ବରୁ ସୌରଭଙ୍କ କୋଭିଡ୍ ରିପୋର୍ଟ କରୋନାରେ ସଂକ୍ରମିତ ହେବା ପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗାଙ୍ଗୁଲି କୋଭିଡର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ ହେଁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସୌରଭ କୋଭିଡରେ ସଂକ୍ରମିତ ହେବା ପରେ ଫ୍ୟାନଙ୍କ ଟେନସନ ବଢ଼ିଯାଇଥିଲା ।

Get real time updates directly on you device, subscribe now.