fbpx
BJD SKY
BJD SKY

୪୪ ବର୍ଷ ପ୍ରତୀକ୍ଷାର ଅନ୍ତ: ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ବାର୍ଟ୍ଟି

BJD

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ ଖେଳାଳି ଆସଲେ ବାର୍ଟ୍ଟି ରଚିଛନ୍ତି ଇତିହାସ । ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବରେ ବିଜୟୀ ହୋଇଛନ୍ତି ଅଷ୍ଟ୍ରେଲିଆନ ଓପନ୍ । ଏହା ସହିତ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ମଧ୍ୟ ଘଟାଇଛନ୍ତି । ଶେଷ ଥର ପାଇଁ ୧୯୭୮ରେ କ୍ରିସ ଓ ନୀଲ ଘରୋଇ ଖେଳାଳି ଭାବରେ ଏହି ଗ୍ରାଣ୍ଡସ୍ଲାମ ଜିତିଥିଲେ । ବିଶ୍ୱ ମାନ୍ୟତାରେ ୧ ନମ୍ବର ସ୍ଥାନରେ ରହିଥିବା ୨୫ ବର୍ଷୀୟ ବାର୍ଟ୍ଟି ଶନିବାରର ଫାଇନାଲରେ ଡାନିଏଲ କଲିନ୍ସଙ୍କୁ ପରାସ୍ତ କରିଥିଲେ । ୬-୩ ଓ ୭-୬ ସିଧାସଳଖ ସେଟରେ ପରାସ୍ତ କରି ବିଜୟୀ ହୋଇଥିଲେ ବାର୍ଟ୍ଟି ।

ପ୍ରଥମ ସେଟକୁ ବାର୍ଟ୍ଟି ଏକତରଫା ଭାବରେ ଜିତି ନେଇଥିଲେ । ୬-୩ରେ ପ୍ରଥମ ସେଟ୍ ଜିତିବା ପରେ ଦ୍ୱିତୀୟ ସେଟରେ କିନ୍ତୁ କଡା ସଂଘର୍ଷ କରିଥିଲେ । ଦ୍ୱିତୀୟ ସେଟରେ ଏକଦା ୫-୧ରେ ପଛୁଆ ରହିଥିଲେ ବାର୍ଟ୍ଟି । ତେବେ ନିଜ ଅଭିଜ୍ଞତାର ବ୍ୟବହାର କରି ଦୁଇ ଦୁଇ ଥର ସର୍ଭିସ ବ୍ରେକ କରି ମୁକାବିଲାକୁ ଫେରିବା ସହିତ ୭-୬ରେ ସେଟକୁ ଜିତି ନେଇଥିଲେ । ଏହା ପୂର୍ବରୁ ବାର୍ଟ୍ଟି ୨୦୧୯ରେ ଫ୍ରେଞ୍ଚ ଓପନ ଓ ୨୦୨୧ରେ ୱିମ୍ବଲଡନ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.