fbpx

ଗର୍ଭବତୀ ମହିଳା କର୍ମଚାରୀଙ୍କ କାମ କରିବା ପ୍ରସଙ୍ଗ: ନିୟମ ପ୍ରତ୍ୟାହାର କଲା ଏସବିଆଇ

୩ ମାସରୁ ଅଧିକ ଗର୍ଭବତୀଙ୍କୁ ଏସବିଆଇ କାମ ନ କରାଇବା ପ୍ରସଙ୍ଗ । ଏସବିଆଇକୁ ଦିଲ୍ଲୀ ମହିଳା କମିସନଙ୍କ ନୋଟିସ ପରେ ବଦଳିଲା ନିଷ୍ପତ୍ତ । ଏସବିଆଇ ଏପରି ଏକ ଗାଇଡଲାଇନ ଜାରି କରିଛି ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି ।

ବ୍ୟାଙ୍କର ନୂଆ ଗାଇଡଲାଇନ ମୁତାବକ, ୩ ମାସର ଗର୍ଭବତୀ ଥିଲେ ଚାକିରୀରେ ଯୋଗଦେଇ ପାରିବେ ନାହିଁ ମହିଳା । ଏପରି ନିୟମ କରିଛି ବ୍ୟାଙ୍କ । ୩ମାସ କିମ୍ବା ଅଧିକ ଦିନର ଭର୍ଗବତୀ ମହିଳାକାମ କରିବାକୁ ‘ଅନଫିଟ୍’ ବୋଲି ଦର୍ଶାଇଛି ବ୍ୟାଙ୍କ । ବ୍ୟାଙ୍କର ଏପରି ଗାଇଡଲାଇନ କୁନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲ । ଏପରି ଏକ ଅବାନ୍ତର ଗାଇଡଲାଇନ ବିରୋଧରେ ବ୍ୟାଙ୍କକୁ ନୋଟିସ ଜାରି କରିଛନ୍ତି । ଏସବିଆଇର ଏପରି ଗାଇଡଲାଇନକୁ ବେଆଇନ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

ଏହା ବିରୋଧରେ ଟ୍ୱିଟରରେ ଜାରି କରିଥିବା ନୋଟିସର କପି ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘୩ ମାସରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଅଯୋଗ୍ୟ ବୋଲି ମନେକରି ଚାକିରୀରେ ଯୋଗଦେବାକୁ ଅନୁମତି ନଦେଇ ଏସବିଆଇ ଭେଦଭାବ କରୁଛି। ଏହା ସମ୍ପୂର୍ଣ୍ଣ ବେଆଇନ । ତେଣୁ ବ୍ୟାଙ୍କର ଏହି ଗାଇଡଲାଇନକୁ ବିରୋଧକରି ଯଥାଶିଘ୍ର ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରୁଛି ମହିଳା ଆୟୋଗ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏସବିଆଇ ଡିସେମ୍ବର ୩୧ରେ ଗୋଟିଏ ସର୍କୁଲାର ଜାରିକରିଥିଲା । ଏଥିରେ ଚାକିରି ପାଇଁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ କୃତକାର୍ଯ୍ୟ ହେଉଥିବା ମହିଳାମାନେ ଯଦି ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀ ରହିଥିବେ, ତା’ହେଲେ ସେମାନେ ତୁରନ୍ତ ଚାକିରିରେ ଯୋଗଦେଇ ପାରିବେନି । ସେମାନେ ଗର୍ଭବତୀ ଥିବାରୁ ଅସ୍ଥାୟୀ ରୂପେ କାମ କରିବାକୁ ଅନଫିଟ୍ । ତେଣୁ ସେମାନଙ୍କୁ ଚାକିରିରେ ଜଏନ କରିବାକୁ ସୁଯୋଗ ମିଳିବ ନାହିଁ। ଏହି ମହିଳାମାନେ ଛୁଆ ଜନ୍ମହେବାର ୪ ମାସ ମଧ୍ୟରେ ଚାକିରିରେ ଯୋଗଦେବାକୁ ସୁଯୋଗ ପାଇପାରନ୍ତି ବୋଲି ସର୍କୁଲାରରେ କୁହାଯାଇଛି ।

ତେବେ ଏହି ମାମଲାରେ ଦିଲ୍ଲୀ ମହିଳା କମିସନଙ୍କ ନୋଟିସ୍ ପରେ ବ୍ୟାଙ୍କ ଏହାର ନିଷ୍ପତ୍ତିକୁ ପ୍ରଦ୍ୟାହାର କରିଛି ।

Get real time updates directly on you device, subscribe now.