fbpx

ମାଛ କଲା କୋଟିପତି! କୋଟିଏ ଟଙ୍କାରେ ବିକ୍ରି ହେଲା ୧୨୧ଟି ବିରଳ ମାଛ

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘାରେ ବିରଳ ମାଛ କୋଟିଏ ଟଙ୍କାରେ ବିକ୍ରି । କୋଟିଏରୁ ଉଦ୍ଧ୍ୱର୍ ଟଙ୍କାରେ ନିଲାମ ହେଲା ବିରଳ ପ୍ରଜାତି ମାଛ ‘ତେଲିଆ ଭଲା’ । ଏହି ମାଛ ଗୁଡ଼ିକୁ କୋଲକାତାର ଏକ ଫାର୍ମା କମ୍ପାନୀ ନିଲାମରେ କିଣିଥିବା ସୂଚନା ।

ସୂଚନା ମୁତାବକ, ୨ ଦିନ ତଳେ ମତ୍ସ୍ୟଜୀବୀଙ୍କ ଏକ ଟ୍ରଲର ମାଛ ମାରିବା ପାଇଁ ଯାଇଥିବା ବେଳେ ଜାଲରେ ୧୨୧ଟି ତେଲିଆ ମାଛ ଧରା ପଡିଥିଲା । ଆଜି ଟ୍ରଲରଟି କୂଳରେ ପହଞ୍ଚିବା ପରେ ଦୀଘାରେ ମାଛ ଓଜନ କରାଯାଇଥିଲା । ତେବେ ପ୍ରତିଟି ମାଛର ଓଜନ ପ୍ରାୟ ୧୮ ରୁ ୨୦ କେଜି ମଧ୍ୟରେ ରହିଛି । ମତ୍ସ୍ୟଜୀବୀମାନେ ଦାବି କରନ୍ତି ଯେ ଏହି ମାଛ ସାଧାରଣତଃ ଗଭୀର ସମୁଦ୍ରରେ ମିଳିଥାଏ । ଏହି ମାଛର ଚର୍ବି ଓ କଣ୍ଟାକୁ ଔଷଧୀୟ କ୍ଷେତ୍ରରେ ବ୍ୟବହାର କରାଯାଉଥିବାରୁ ଏହାର ଦାମ ଯଥେଷ୍ଟ ଅଧିକ ରହିଥାଏ ।

Get real time updates directly on you device, subscribe now.