fbpx

ଓଟିଟି ପଦାର୍ପଣ କଲେ ଅଜୟ ଦେବଗନ୍: କପ୍-କ୍ରାଇମ ଥ୍ରିଲରରେ ଫେରିବେ ଇଶା ଦେଓଲ, ଦେଖନ୍ତୁ ଟ୍ରେଲର

ନୂଆଦିଲ୍ଳୀ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ନିଜର ଓଟିଟି ପଦାର୍ପଣ କରିଛନ୍ତି । ହଲିଉଡ କ୍ରାଇମ ସିରିଜ୍ ଲୁଥରର ଏହି ରିମେକରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ଇଡ୍ରିସ ଆଲବାଙ୍କ ଡିଟେକ୍ଟିଭ ଭୂମିକାରେ ନଜର ଆସିବେ ଅଜୟ । ଏହା ସହିତ ସାଉଥ୍ ସେନସେସନ ରାଶି ଖାନ୍ନା ଏହି ସିରିଜ ଜରିଆରେ ନିଜର ହିନ୍ଦି ଡେବ୍ୟୁ କରୁଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଇଶା ଦେଓଲ । ଏହି ସିରିଜରେ ଅପରାଧୀ ଏବଂ ପୋଲିସର ମନସ୍ତତ୍ୱ ଦେଖିବାକୁ ମିଳିବ ।

ମୁମ୍ବାଇର ପୃଷ୍ଠଭୂମିରେ ଏହି ସିରିଜର କାହାଣୀ ଗତିଶୀଳ ହୋଇଛି । କିଭଳି ଜଣେ ଚାଲାକ ଅପରାଧୀକୁ ଡିସିପି ରୁଦ୍ର ଧରୁଛନ୍ତି ତାହା ଦେଖିବାକୁ ମିଳିବ । ମୁମ୍ବାଇ ବ୍ୟାକଡ୍ରପରେ ନିର୍ମିତ ଶୋଟି ୬ ଏପିସୋଡର ଅଟେ । ଭେଣ୍ଟିଲେଟରର ନିର୍ଦ୍ଦେଶକ ରାଜେଶ ମାପୁସକାର ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି । ଅଜୟ ଦେବଗନ ନିଜର ଚିରାଚରିତ ଇଣ୍ଟେନ୍ସ ଲୁକରେ ନଜର ଆସିଥିବା ବେଳେ ସିଂଘମ ପରି ଭୂମିକାକୁ ଦର୍ଶକ ମିସ୍ କରିବେ । ରାଶି ଖନ୍ନା ଜଣେ ସୋସିଓପାଥ୍ ଭୂମିକାରେ ନଜର ଆସିଥିବା ବେଳେ ଇଶା ଦେଓଲଙ୍କ ଭୂମିକା ସମ୍ପର୍କରେ ଖୁଲାସା କରାଯାଇନାହିଁ । ଅଜୟ, ଇଶା ଏବଂ ରାଶିଙ୍କ ବ୍ୟତିତ ଏକାଧିକ ଅନୁଭବୀ କଳାକାର ଏହି ସିରିଜରେ ନଜର ଆସିବେ । ଅତୁଲ କୁଲକର୍ଣ୍ଣୀ, ଆଶିଷ ବିଦ୍ୟାର୍ଥୀ, ଅଶ୍ୱିନୀ କାଲସେକର, ତରୁଣ ଗେହଲୋଟ ଏବଂ ସତ୍ୟଦୀପ ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସିବେ । ଡିଜନୀ ପ୍ଲସ ହଟଷ୍ଟାରରେ ଏହି ସିରିଜଟି ରିଲିଜ ହେବାକୁ ଯାଉଥିବା ବେଳେ ୫ଟି ଭାଷାରେ ଏହା ରିଲିଜ୍ ହେବ ।

Get real time updates directly on you device, subscribe now.