fbpx

ମିଶରର ମାଟି ତଳୁ ମିଳିଲା ୪୫୦୦ ପୁରୁଣା ସୂର୍ଯ୍ୟ ମନ୍ଦିର

ମିଶରର ରାଜଧାନୀ କାହିରାରେ ପ୍ରତ୍ନତତ୍ତ୍ୱ ବିଭାଗ ଏକସୂର୍ଯ୍ୟ ମନ୍ଦିର ଖୋଜି ପାଇଛନ୍ତି । ଯାହାକି ପ୍ରାୟ ୪୫୦୦ ବର୍ଷର ପୁରୁଣା ମନ୍ଦିର ବୋଲି ଜଣା ପଡିଛି । ଏକ ବିଲ୍ଡିଙ୍ଗକୁ ଖୋଳିବା ସମୟରେ ଏହି ମନ୍ଦିରର କିଛି ଭଗ୍ନାଂଶ ମିଳିଥିଲା । ଯାହାକୁ ଆର୍କିୟୋଲଜିକାଲ୍ ସୂର୍ଯ୍ୟମନ୍ଦିର ବୋଲି କହିଛି । ତେବେ ଏହି ମନ୍ଦିରର କିଛି ଅଂଶକୁ ଭାଙ୍ଗି ପ୍ରାଚୀନ ମିଶରର ପଞ୍ଚମ ସାମ୍ରାଜ୍ୟର ଛୋଟ ରାଜା ନିଜର ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ବିଭାଗ ଦାବି କରିଛନ୍ତି ଯେ ସେମାନେ ଏହି ମନ୍ଦିରର କିଛି ଅଂଶ ଖୋଜି ପାଇଛନ୍ତି ।

ମିଶରର ପୁରାତନ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ସୂର୍ଯ୍ୟ ମନ୍ଦିର ବିଷୟରେ ଇଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଜଏଣ୍ଟ ଇଟାଲିୟନ – ପୋଲାଣ୍ଡ ଆର୍କିୟୋଲଜିକାଲ୍ ମିଶନ । ଯାହାକି କିଙ୍ଗ୍ ନଉସେର୍ ମନ୍ଦିର ପାଇଁ କାର୍ଯ୍ୟ କରୁଛି । ତେବେ ଏହି ସୂର୍ଯ୍ୟ ମନ୍ଦିର ମିଶରର ରାଜଧାନୀ କାହିରାର ଦକ୍ଷିଣ ଭାଗରେ ଥିବା ଆବୁସୀର୍ ଅଞ୍ଚଳରେ ମିଳିଛି । ଯାହାକି ରାଜା ନିଉସେରଙ୍କ ମନ୍ଦିର ତଳେ ରହିଥିଲା । ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସୂର୍ଯ୍ୟମନ୍ଦିରର ମିଳିଥିବା ଭଗ୍ନାଂଶ ଟି ପଞ୍ଚମ ସାମ୍ରାଜ୍ୟ ସମୟରେ ହଜିଯାଇଥିବା ୪ଟି ସୂର୍ଯ୍ୟମନ୍ଦିରରୁ ଗୋଟିଏ ମନ୍ଦିରର ହୋଇପାରେ । ଯାହାର ଉଲ୍ଲେଖ ଅନେକ ଐତିହାସିକ ପୁସ୍ତକରେ କରାଯାଇଛି ।

ଆର୍କିୟୋଲଜିକାଲ୍ ବିଭାଗ ଦ୍ୱାରା ଖୋଳା ଯାଉଥିବା ସ୍ଥାନରୁ କିଛି ବାସନ ମିଳିବା ସହ କିଛି ଟିକେଟ୍ ମଧ୍ୟ ପ୍ରାପ୍ତ ହେଇଛି । ଯେଉଁଥରେ ପଞ୍ଚମ ସାମ୍ରାଜ୍ୟର ରାଜାଙ୍କ ନାଁ ଲେଖା ଅଛି । ଯାହାକି ରିସର୍ଚ୍ଚରେ ସେମାନଙ୍କୁ ସାହାର୍ଯ୍ୟ କରିବ ବୋଲି ଅନୁମାନ କରାଯାଉଛି । ତେବେ ୧୯୦୦ ମସିହାରେ ମିଶରରେ ପ୍ରଥମ ସୂର୍ଯ୍ୟ ମନ୍ଦିର ମିଳିଥିଲା । ଏହି ସୂର୍ଯ୍ୟ ମନ୍ଦିର ସନ୍ଧାନକୁ ଏକ ଗୁରୁତ୍ୱ ପୂର୍ଣ୍ଣ ସନ୍ଧାନ ବୋଲି ବିବେଚନା କରାଯାଉଛି । କାରଣ ଏହି ସନ୍ଧାନ ଦ୍ୱାରା ମିଶରର ପ୍ରାଚୀନ ଇତିହାସକୁ ବୁଝାଇବାରେ ଇତିହାସ ଲେଖକମାନଙ୍କୁ ସହଜ ହେବ । ଦେଶରେ ଥିବା ୬ କିମ୍ବା ୭ଟି ମନ୍ଦିର ମଧ୍ୟରୁ ବର୍ତ୍ତମାନ ମାତ୍ର ୨ଟି ମନ୍ଦିରକୁ ଖୋଜା ଯାଇ ପାରିଛି ।

Get real time updates directly on you device, subscribe now.