fbpx

ଆସିଗଲା ତୃତୀୟ ଲହର! ଗୋଟିଏ ଦିନରେ ୪୭,୦୯୨ ପଜିଟିଭ୍ ଚିହ୍ନଟ, ୫୦୯ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ଅନେକ ପ୍ରୟାସ ପରେ ବି କରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ଉପରେ କରୋନା ମାମଲା ଚିହ୍ନଟ ହୋଇଥିବା  ବେଳେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବୁଧବାର ଦିନ ୪୦ ହଜାରରୁ ଅଧିକା ମାମଲା ଚିହ୍ନଟ ହୋଇଥିଲା । ଚିନ୍ତାର ବିଷୟ ହେଉଛି କି ଏବେ ସୁସ୍ଥ ସଂଖ୍ୟା ଚିହ୍ନଟ ହେବା ସଂଖ୍ୟାରୁ କମ୍ ରହିଛି ।

ସୂଚନା ମୁତାବକ, ଦେଶରେ ଗୋଟିଏ ଦିନ ଭିତରେ ୪୭ ହଜାର ୯୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହି କ୍ରମରେ କରୋନାର ମୋଟ ସଂକ୍ରମଣ ସଂଖ୍ୟା ୩,୨୮, ୫୭,୯୩୭କୁ ବୃଦ୍ଧି ପାଇଛି । କେବଳ କେରଳରୁ ୩୨,୮୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ସହ ୨୪ ଘଣ୍ଟାରେ ୫୦୯ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୯ ହଜାର ୫୨୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୩୫ ହଜାର ୧୮୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩,୮୯,୫୮୩ ଜଣ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୩, ୨୦,୨୮,୮୨୫ ଜଣ ସୁସ୍ଥ ହୋଇଛନ୍ତି । କେରଳ ସମେତ ମହାରାଷ୍ଟ୍ରରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୬୬ କୋଟି ୩୦ ଲକ୍ଷ ୩୭ ହଜାର ୩୩୪ ଜଣ ଟିକା ନେଇଛନ୍ତି ।

Get real time updates directly on you device, subscribe now.