fbpx

୨୪ ଘଣ୍ଟାରେ ଚାଲିଗଲା ୪୭୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୮।୧୧: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୯୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଲକ୍ଷ ୧୨ ହଜାର ୯୦୭କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୪ ଲକ୍ଷ ୪୬ ହଜାର ୮୦୫ ଜଣ ଚିକିତ୍ସିତ ହେଉଥିବା ବେଳେ ୮୩ ଲକ୍ଷ ୩୫ ହଜାର ୧୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.