fbpx

ଦେଶରେ କମିଲା କରୋନା, ଆଜି ୪୮୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଦେଖିବାକୁ ମିଳୁଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୮୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୯ ହଜାର ୪୭୦କୁ ବୃଦ୍ଧି ପାଇଛି । ଦିନକରେ ୩୫ ହଜାର ୩୪୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ହଜାର ୬୨କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୫୧୩ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୪ ଲକ୍ଷ ୬୮ ହଜାର ୭୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୨ କୋଟି ୩୪ ଲକ୍ଷ ୧୭ ହଜାର ୩୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.