(Video) “ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମହଙ୍ଗା ପଡ଼ିବ”, ଜାଣନ୍ତୁ ଭୋପାଳରେ ପିଏମ ମୋଦୀ କେଉଁ ୫ଟି ବଡ଼ କଥା କହିଲେ..
ଅପରେସନ ସିନ୍ଦୂରକୁ ପିଏମ ମୋଦୀ କହିଲେ ଏହି ୫ଟି କଥା
ନୂଆଦିଲ୍ଲୀ: ପିଏମ ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତିରେ ଡାକ ଟିକେଟ୍ ଜାରି କରିଛନ୍ତି। ଏଥିସହ ସେ ଇନ୍ଦୋର ମେଟ୍ରୋ ଏବଂ ଦତିୟା-ସତୟା ଏୟାପୋର୍ଟର ଉଦଘାଟନ କରିଛନ୍ତି।
ଏଠାରେ ସେ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ, ଦେବୀ ଅହଲ୍ୟା ଭାରତର ବାଇଙ୍କ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଛନ୍ତି। ତେବେ ଆସନ୍ତୁ ଜାଣିବା ପିଏମ ମୋଦୀ କେଉଁ ୫ଟି ବଡ଼ କଥା କହିଛନ୍ତି..
-ପିଏମ ମୋଦୀ କହିଛନ୍ତି ଯେ, ମାଆ ଅହଲ୍ୟା ବାଇ ଶାସନର ଉତ୍ତମ ମଡେଲ ଆପଣେଇଛନ୍ତି। ଯେଉଁଥିରେ ଗରିବ ଏବଂ ଦଳିତ ଲୋକଙ୍କୁ ସବୁଠୁ ଅଧିକ ପ୍ରାଥମିକତା ଦିଆଯାଇଛି। ରୋଜଗାର ଏବଂ ବ୍ୟବସାୟ ପାଇଁ ସେ ଅନେକ ଯୋଜନା ଆରମ୍ଭ କରିଛନ୍ତି।
-ପିଏମ ମୋଦୀ କହିଛନ୍ତି ଯେ, ଝିଅମାନଙ୍କ ବିବାହର ବୟସକୁ ନେଇ କିଛି ଲୋକେ କହିଛନ୍ତି ଯେ, ଧର୍ମନିରପେକ୍ଷତା ବିପଦରେ ଅଛି। ସେମାନେ ଏହା ଭାବୁଛନ୍ତି ଯେ, ଏହା ସେମାନଙ୍କ ଧର୍ମ ବିରୋଧୀ। ହେଲେ ସେ ଯୁଗରେ ଅହଲ୍ୟା ବାଇ ଝିଅମାନଙ୍କ ବିବାହର ବୟସ ବିଷୟରେ ଭାବିଥିଲେ।
-ଅପରେସନ ସିନ୍ଦୂରକୁ ନେଇ ପିଏମ ମୋଦୀ କହିଛନ୍ତି ଯେ, ଜମ୍ମୁ-କାଶ୍ମୀରଠାରୁ ନେଇ ଗୁଜରାଟ ପର୍ଯ୍ୟନ୍ତ ବିଏସଏଫର ଶକ୍ତିକୁ ସାରା ଦୁନିଆ ଦେଖିଛି। ଏଥିରେ ଆମ ଝିଅମାନଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା।
ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଇତିହାସର ସବୁଠୁ ବଡ଼ ଅପରେସନ। ପିଏମ ତୁର୍କୀ ସମେତ ଏହି ଭଳି ଅନେକ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ, ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ମଧ୍ୟ ଦଣ୍ଡ ପାଇବାକୁ ପ୍ରସ୍ତୁତ ରୁହନ୍ତୁ।
-ସେ ଆହୁରି କହିଛନ୍ତି ଯେ, ଅହଲ୍ୟା ବାଇ ମାହେଶ୍ୱରୀ ସାଢୀ ପାଇଁ ଅନେକ ଶିଳ୍ପ ପ୍ରତିଷ୍ଠା କରିଛନ୍ତି। ସେ ଏଥିପାଇଁ ଜୁନାଗଢର କିଛି କାରିଗରଙ୍କୁ ଡାକିଛନ୍ତି ଏବଂ ବିକାଶ କରିଛନ୍ତି।
-ଦେବୀ ଅହଲ୍ୟା ବାଇ ନିଜ ଶାସନରେ ଗରିବମାନଙ୍କ ଏବଂ ଦଳିତମାନଙ୍କୁ ଅଧିକ ପ୍ରାଥମିକତା ଦେଇଛନ୍ତି। କୃଷିକୁ ବିକଶିତ କରିବା ଲାଗି କେନାଲ ଏବଂ ଜଳ ସଂରକ୍ଷଣ ପାଇଁ ପୋଖରୀ ନିର୍ମାଣ କରିଛନ୍ତି।
#WATCH | Bhopal, Madhya Pradesh | Prime Minister Narendra Modi says, “If we discuss the marriage age of girls today, some people think that secularism is in danger. They feel that this is against their religion. But even such a long time ago, Ahilyabai thought about the marriage… pic.twitter.com/1DHNSya5Mk
— ANI (@ANI) May 31, 2025