BMC ଅତିରିକ୍ତ କମିଶନରଙ୍କୁ ବିଧା, ଗୋଇଠା: BJPର ୫ ଜଣ ନିଲମ୍ବିତ

ଭୁବନେଶ୍ୱର: ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ମାରିବା ଘଟଣାରେ ବିଜେପି ଦଳରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି ।

କର୍ପୋରେଟର ଅପରୂପ ନାରାୟଣ ରାଉତ ସସପେଣ୍ଡ । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି ।

ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଛି ।

ବିଏମସି କାର୍ଯ୍ୟାଳୟରେ ବିଶୃଙ୍ଖଳା ସମ୍ପୃକ୍ତି ଅଭିଯୋଗରେ ଦଳ ପକ୍ଷରୁ ଏମାନଙ୍କୁ ନିଲମ୍ବନ କରାଯାଇଛି । ଏହାକୁ ପ୍ରତିବାଦ କରି ଆଜି ବିଏମସି କର୍ମଚାରୀମାନେ କଳା ବ୍ୟାଚ ବାନ୍ଧି କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି।

ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହେବାରେ ଲାଗିଛି ।