fbpx

ମାଲବାହୀ ଟେନର ୫ ବଗି ଲାଇନଚ୍ୟୁତ୍

ଜୟପୁର(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ୍ ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମା ଝାନସିଠାରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏଥି ଯୋଗୁଁ କିରଣ୍ଡଲଠାରୁ କୋରାପୁଟ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ଖବର ମୁତାବକ, ଟ୍ରେନଟି ଲୁହାପଥର ନେଇ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ୍ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗର ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.