fbpx

ଭୁବନେଶ୍ୱରରୁ ୫ କରୋନା ପଜିଟିଭ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Advertisement

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ୱରରୁ ଲଗାତାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛି ।

ତେବେ ଡୁମଡୁମା ଓ ଘାଟିକିଆର ଜଣେ ଲେଖାଏଁ ପଶ୍ଚିମବଙ୍ଗ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭରି ଓଲଡ ଟାଉନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗୁଜରାଟ ଫେରନ୍ତା ବୋଲି ଜଣାପଡିଛି । ଅନ୍ୟପଟେ ପୋଖରୀପୁଟ ଅଞ୍ଚଳର ଜଣେ ଦିଲ୍ଲୀ ଫେରନ୍ତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ କିଛି ଗସ୍ତ ବିବରଣୀ ନଥାଇ ମଧ୍ୟ ଗଜପତି ନଗରର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ଯାହାକି ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Get real time updates directly on you device, subscribe now.