Breaking: ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଖୋର୍ଦ୍ଧାରୁ ଜଣେ
ଓଡ଼ିଶାରେ କାୟା ବିସ୍ତାର କରୁଛି କରୋନା ।
ଭୁବନେଶ୍ବର: ପୁଣି ଭାରତରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଆଜି 5 ଚିହ୍ନଟ- ଏହାରି ଭିତରେ ପୁଣିଥରେ ରାଜ୍ୟରେ 5 କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜଣାପଡ଼ିଛି । ଭୁବନେଶ୍ବରରୁ 4 ଜଣ ଏବଂ ଖୋର୍ଦ୍ଧାରୁ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ସର୍ବାଧିକ- ତେବେ 5ଜଣଙ୍କ ମଧ୍ୟରେ 4 ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ତେବେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
ତେବେ ସେମାନଙ୍କ ମଧ୍ୟରୁ ଲକ୍ଷଣଯୁକ୍ତ ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆଣ୍ଟିଜେନ୍ କିଟ୍କୁ RMRCକୁ ପଠାଯାଇଛି । କାରଣ ଆଣ୍ଟିଜେନ କିଟ୍ କେତେଦୂର କାମ କରୁଛି ତାହା ସ୍ପଷ୍ଟ ହୋଇପାରିବ ।
ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ- ଦୀର୍ଘ ଅଢେଇ ବର୍ଷ ପରେ ଗତ 21 ତାରିଖରେ ରାଜ୍ୟରେ ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ।
ବ୍ୟକ୍ତିଜଣକ ପୁରୁଷ ହୋଇଥିବା ବେଳେ କୋଭିଡ୍ ସହିତ ସେ ଅନାନ୍ୟ ରୋଗରେ ମଧ୍ୟ ପୀଡିତ ରହିଥିଲେ ।