fbpx

ତାଣ୍ଡବ ରଚିଲା ବଜ୍ରପାତ: ମୟୂରଭଞ୍ଜରେ ୩ ମୃତ, ଝାରସୁଗୁଡ଼ାରେ ମା’ ଆଗରେ ଚାଲିଗଲା ପୁଅର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜାଘାତରେ ଚାଲିଗଲା ୫ ଜଣଙ୍କ ଜୀବନ । ରବିବାର ରାଜ୍ୟରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।

ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାଗଡେଗା- ନିମଡିହି ଗ୍ରାମର ରାଣି ମୁଣ୍ଡା ତାଙ୍କ ଝିଅ  ଲେଚେ ମୁଣ୍ଡା ଏବଂ ଝିଆରୀ ପାନ ମୁଣ୍ଡା ଗାଁ ପାଖ ପୋଖରୀକୁ ଗାଧୋଇବାକୁ ଯାଇ ଫେରୁଥିବା ସମୟରେ ପ୍ରାୟ ଅପରାହ୍ନ ଦେଢଟା ପାଖାପାଖି ସମୟରେ ବର୍ଷା,ଘଡଘଡି ଯୋଗୁଁ ଗଛମୂଳେ ଆଶ୍ରୟ ନେଇଥିଲେ । ହଠାତ୍ ତାଙ୍କ ଉପରେ  ବିଜୁଳି ଚଡ଼କ ମାରିବାରୁ ରାଣୀ ମୁଣ୍ଡା ଏବଂ ତାଙ୍କ ଝିଆରୀ ପାନ ମୁଣ୍ଡା ଟଳିପଡ଼ିଥିଲେ । ଝିଅ  ଲେଚେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ରାଣୀ ମୁଣ୍ଡା ଏବଂ ପାନ ମୁଣ୍ଡାକୁ ମୃତ ଘୋଷଣା କରିଥିଲେ । ଲେଚେ ମୁଣ୍ଡା ବହଳଦା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

ସେହିଭଳି ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ବାରୁଡିହି ଗ୍ରାମର ଚାଷୀ ଶ୍ୟାମ ଚରଣ ପୂର୍ତୀ ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତିରିଂ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ସମାନ ଢଙ୍ଗରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କର୍ଲିପାଲିର କସ୍ତୁରୀ ରୋହିଦାସ ଓ ପୁଅ ଡୋଲମଣି ରୋହିଦାସ ପରିବାରର ଅନ୍ୟସଦସ୍ୟଙ୍କ ସହ ବାସୁପାଲୀ ଗାଁକୁ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ ଘରେ ଥିବାବେଳେ ଘର ଉପରେ ବଜ୍ରାଘାତ ହୋଇଥିଲା ଯେଉଁଥିରେ ପୁଅ ଡୋଲମଣିଙ୍କ ମୃତ୍ୟୁ ହୋଇଥିବାବେଳେ ମା’ କସ୍ତୁରୀ ଗୁରୁତର ହୋଇଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.