fbpx

ଗୋଇଠିରେ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ନୂଆଦିଲ୍ଲୀ:ଗୋଇଠିରେ ଯନ୍ତ୍ରଣା ହେଉଥିବା ନେଇ ବହୁ ଲୋକ ଅଭିଯୋଗ କରିଥାନ୍ତି । ଏହି କାରଣୁ ସେମାନେ ଚଲାବୁଲା ବି କରିପାରନ୍ତି ନାହିଁ । କିଛି ଲୋକ ସକାଳେ ବିଛଣାରୁ ଶୋଇକରି ଉଠିବା ପରେ ତୁରନ୍ତ ଏହି ଯନ୍ତ୍ରଣା ଅନୁଭବ କରିଥାନ୍ତି । କ୍ଲାନ୍ତି କିମ୍ବା ଲଗାତର ବହୁ ଘଣ୍ଟା ଛିଡା ହୋଇ ରହିବା ଓ ଚାଲିବା କାରଣରୁ ଗୋଇଠିରେ ହେଉଥିବା ଯନ୍ତ୍ରଣା ଦୂର କରିବା ଲାଗି କିଛି ଘରୋଇ ଉପାୟ ବେଶ୍ ଲାଭଦାୟୀ ହୋଇପାରେ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଘରୋଇ ଉପାୟ ଯାହା ସାହାଯ୍ୟରେ ଆପଣ ଗୋଇଠି ଯନ୍ତ୍ରଣାରୁ ଆରାମ ପାଇପାରିବେ ।
କାରଣ: ବିଭିନ୍ନ କାରଣରୁ ଆପଣଙ୍କର ଗୋଇଠି ଯନ୍ତ୍ରଣା ହୋଇପାରେ । ଏଇ ଯେପରି ୟୁରିକ ଏସିଡ୍ ବୃଦ୍ଧି,ଶିରା ପ୍ରଶିରାକୁ ଆଘାତ ପହଞ୍ଚିବା , ଆର୍ଥାରାଇଟିସ ଇତ୍ୟାଦି ।
ଯନ୍ତ୍ରଣା ଦୂର କରିବାର ଘରୋଇ ଉପାୟ:
୧-ଗୋଇଠିରେ ବରଫ ଘସିବା ଦ୍ୱାରା ଆରାମ ମିଳିଥାଏ । କିନ୍ତୁ ସିଧା ବରଫକୁ ତ୍ୱଚା ସଂସ୍ପର୍ଶରେ ଆଣନ୍ତୁ ନାହିଁ । ଏଥିପାଇଁ ଆଇସପ୍ୟାକ ତିଆରି କରନ୍ତୁ । କୌଣସି ତଉଲିଆ କିମ୍ବା କପଡାରେ ବରଫକୁ ଗୁଡାଇ ତାହାକୁ ଗୋଇଠିର ଆଖପାଖରେ ଧୀରେ ଧୀରେ ଘସନ୍ତୁ । ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଏପରି କରନ୍ତୁ ।
୨-ଏହା ବ୍ୟତିତ ଥଣ୍ଡା ପାଣି ବା ବରଫ ପାଣି ବୋତଲରେ ଭରି ତାହାକୁ ତଳିପାରେ କିମ୍ବା ଗୋଇଠି ପାଖରେ ଘସନ୍ତୁ । ଏହାଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିବ ।
୩-ଯଦି ଚାଲିବା ସମୟରେ ଗୋଇଠିରେ ଯନ୍ତ୍ରଣା ହେଉଛି ତେବେ ଜୋତାକୁ ବଦଳାଇ ଦିଅନ୍ତୁ । ଏପରି ଜୋତା କିଣନ୍ତୁ ଯାହାର ସୋଲ ଗଦି ବାଲା ଓ ନରମ ହୋଇଥିବ । ଏହାଦ୍ୱାରା ଗୋଇଠି ଏପରେ ଚାପ ପଡିବ ନାହିଁ ।
୪-ଗୋଇଠିରେ ଯନ୍ତ୍ରଣା ହେଉଥିଲେ ଷ୍ଟ୍ରେଚିଂ ଏକ୍ସରସାଇଜ୍ କରନ୍ତୁ ।
୫-ପାଦକୁ ଉଷୁମ ପାଣିରେ ଲୁଣ ପକାଇ ପ୍ରାୟ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ ଓ ଯନ୍ତ୍ରଣା କମ୍ ହୋଇଥାଏ ।

Get real time updates directly on you device, subscribe now.