fbpx

ଷଣ୍ଢ ଆକ୍ରମଣ ବା ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୫ ଲକ୍ଷ ଟଙ୍କା

ଉନ୍ନାଓ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ଘନେଇବାରେ ଲାଗୁଛି । କିଏ କମ୍ ଦାମରେ ମଦ ଦେବାକୁ ଦାବି କରୁଛି ତ ଆଉ କିଏ ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଉନ୍ନାଓରେ ନିର୍ବାଚନ ସଭାକୁ ସମ୍ବୋଧିତ କରି ଅଖିଳେଶ ଯାଦବ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଘୋଷଣା କରିଛନ୍ତି । ଉନ୍ନାଓର ଜିଆଇସି ମଇଦାନରେ ଅଖିଳେଶ କହିଛନ୍ତି ଯେ, ‘ଯଦି ସମାଜବାଦୀର ସରକାର ଗଠନ ହୁଏ, ତେବେ କାନପୁରରୁ ଉନ୍ନାଓ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ଷଣ୍ଢ ଆକ୍ରମଣରେ ଯଦି କାହାର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ । ସେହିପରି ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେଲେ ମୃତକ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇବ ସମାଜବାଦୀ ପାର୍ଟି ।’

UP: 'Will give compensation of 5 lakhs in case of death in cycle accident  and bull attack', Akhilesh Yadav promised at Unnao rally

୨୦୨୨ ମସିହାରେ ସମାଜବାଦୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ଭବିଷ୍ୟତବାଣୀ କରିଛନ୍ତି ଅଖିଳେଖ । ଉନ୍ନାଓରୁ ବିପ୍ଲବ ହେବ ଓ ୨୨ରେ ପରିବର୍ତ୍ତନ ହେବ । ପୀୟୁଷ ଜୈନଙ୍କ ଉପରେ ହୋଇଛି ଚଢ଼ାଉକୁ ନେଇ ସେ କହିଛନ୍ତି ଯେ, ‘ବିଜେପି ନିଜର ବ୍ୟବସାୟୀଙ୍କ ଉପରେ ରେଡ୍ କରିଛି ।’

Bike Rider dead in a tragic accident near Balugaon bypass – Around Odisha  English Daily

Get real time updates directly on you device, subscribe now.