ଅଭାବନୀୟ ଘଟଣା: ଭୁଲ ଇଞ୍ଜେକ୍ସନ ନେଲା ଜୀବନ! 15 ମିନିଟରେ 5 ରୋଗୀଙ୍କ ମୃତ୍ୟୁ

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଘଟଣା ।

ଭୁବନେଶ୍ବର: କୋରାପୁଟରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ହସ୍ପିଟାଲରେ ଗୋଟିଏ ରାତିରେ 5ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

15ମିନିଟ ଭିତରେ 5ରୋଗୀ ମୃତ-  ତେବେ ଏହାର କାରଣ ଭୁଲ ଇଞ୍ଜେକ୍ସନ ବୋଲି ଜଣାପଡିଛି ।  କଲେଜରେ ଭୁଲ ଇଞ୍ଜେକ୍ସନ ପାଇଁ 5 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏନେଇ ମେଡିକାଲ କତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଇଞ୍ଜେକ୍ସନ ମୃତ୍ୟୁର କାରଣ-  ଇଞ୍ଜେକ୍ସନ ଦେବା ପରେ ଆଇସିୟୁରେ ଥିବା 3ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବେଡରେ ଥିବା 2 ଜଣ ରୋଗୀ ମଧ୍ୟ ପ୍ରାଣ ହରାଇଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଅପରେସନ ପରେ ରୋଗୀ ଭଲ ଥିଲେ । ରାତିରେ ନର୍ସ ଆସି 2 ଥର ଇଞ୍ଜେକ୍ସନ ଦେଇଥିଲେ ।

ତେବେ ଇଞ୍ଜେକ୍ସନ ଦେବାର 15 ମିନିଟ ମଧ୍ୟରେ 5ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଯାଇଛି ।