ହେଲ୍ଥ ଏକ୍ସପର୍ଟଙ୍କ ବଡ଼ ଖୁଲାସା; ସକାଳୁ ୧୫ ମିନିଟ ଏହା କଲେ, ସର୍ବଦା ରହିବେ ଯୁବା
ସୁସ୍ଥ ରହିବାକୁ ସମସ୍ତେ ପ୍ରତିଦିନ ସକାଳେ ଚାଲିବା ଉଚିତ୍। ସକାଳେ ଚାଲିବା ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଓଡ଼ିଶା ଭାସ୍କର: ଚାଲିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ସମସ୍ତ ବୟସର ଲୋକମାନେ ସକାଳୁ ଚାଲିବ ଉଚିତ୍। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସମସ୍ତଙ୍କୁ ନିୟମିତ ସକାଳୁ ଚାଲିବାକୁ ପରାମର୍ଶ ଦିଅନ୍ତି ଯାହା ଦ୍ୱାରା ଶରୀର ସୁସ୍ଥ ରହିବ। ନିୟମିତ ଭାବେ ସକାଳୁ ଚାଲିବା, ଶରୀରକୁ ସୁସ୍ଥ ରଖିବା ସହ ରୋଗରୁ ରକ୍ଷା କରିଥାଏ।
ବଢାଏ ରୋଗ ପ୍ରତିରୋଧକ ଶକ୍ତି: ୱେବ୍ MD ରିପୋର୍ଟ ଅନୁଯାୟୀ, ନିୟମିତ ସକାଳେ ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଉନ୍ନତ କରିଥାଏ। ପ୍ରତିଦିନ 15 ରୁ 20 ମିନିଟ୍ ଚାଲିବା ଶରୀରର ରୋଗ ସହ ଲଢ଼ିବା କ୍ଷମତାକୁ ଶକ୍ତ କରିଥାଏ।
ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରତିଦିନ ସକାଳେ ଚାଲିବା ଦ୍ୱାରା ଥଣ୍ଡା ଏବଂ ସଂକ୍ରମଣ ହେବାର ଆଶଙ୍କା ପ୍ରାୟ 43% କମିଯାଏ।
ରକ୍ତ ସଂଚାଳନ: ପ୍ରତିଦିନ ସକାଳେ ଚାଲିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ଆଣେ। ଏଥିସହ ଆପଣଙ୍କ ହୃଦୟର ଗତି ଦ୍ରୁତ ହୁଏ ଏବଂ ରକ୍ତଚାପ କମିଯାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଦିନକୁ 4 କିଲୋମିଟର ଚାଲିବା ଦ୍ୱାରା ହୃଦ୍ରୋଗ ଏବଂ ହୃଦଘାତର ଆଶଙ୍କା କମିଯାଏ। ଚାଲିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ ହୋଇପାରେ।
ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି: ନିୟମିତ ଚାଲିବା କେବଳ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି କରେ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। ସକାଳୁ ଚାଲିବା ଆପଣଙ୍କ ମନୋବଳକୁ ସୁଦୃଢ କରିଥାଏ ଏବଂ ଅବସାଦରୁ ମଧ୍ୟ ମୁକ୍ତି ଦେଇପାରେ। ଚାଲିବା ଚାପ ଏବଂ ଚିନ୍ତାରୁ ମୁକ୍ତି ଦେଇଥାଏ।