fbpx

ରାଉରକେଲାରେ ୫T ସଚିବ

ରାଉରକେଲା,୧୯ ।୧(ଓଡିଶା ଭାସ୍କର): ରାଉରକେଲାରେ ପହଞ୍ଚିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ୍ । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ରାଉରକେଲାରେ ୫T ସଚିବ ପହଞ୍ଚିଛନ୍ତି ।ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ପହଞ୍ଚିଛନ୍ତି । ହକି ଷ୍ଟାଡିୟମ ସର୍ଭେ ନେଇ ଆଜି ଟିମ୍ ସେଠାରେ ପହଞ୍ଚିଛି । ବିଶ୍ୱ କପ୍ ପାଇଁ ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣ ସ୍ଥଳୀ ପରିଦର୍ଶନ କରୁଛନ୍ତି ୫ଟି ସଚିବ ।ଏହା ସହ ବିପିୟୁଟି ସମ୍ମିଳନୀ କକ୍ଷର ଭିତ୍ତିଭୂମିର ମଧ୍ୟ ଟିମ୍ ସମୀକ୍ଷା କରିବ ।

ଏହା ପୂର୍ବରୁ ୫T ସଚିବ ସମ୍ବଲପୁରରେ ପହଞ୍ଚିଥିଲେ । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯିବ, ସେନେଇ ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ ଅନୁଧ୍ୟାନ କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମନ୍ଦିରର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Get real time updates directly on you device, subscribe now.