fbpx

ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି ୫ କାମ, ନଚେତ୍ ସାରା ଜୀବନ ହୋଇଯିବେ କାଙ୍ଗାଳ

ଶାସ୍ତ୍ରରେ ଅନେକ ଏପରି ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ସକରାକ୍ରମ ଶକ୍ତି ଓ ସୁଖ-ସମୃଦ୍ଧି ବଢ଼ିଥାଏ । ସେହିପରି କିଛି କାମ କରିଛି, ଯାହା କରିବା ଅଶୁଭ ବୋଲି ବିବେଚନା କରାଯାଏ । ସେହିଭଳି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି କିଛି କାର୍ଯ୍ୟ ଅଛି ଯାହାକୁ ସୂର୍ଯ୍ୟାସ୍ତ ପରେ କରିବା ଉଚିତ ନୁହେଁ । ନଚେତ୍ ଆପଣଙ୍କ ଜୀବନରେ ନକାରାତ୍ମକ ଶକ୍ତି ପ୍ରବେଶ ହେତୁ ସମସ୍ୟା ଉପୁଜିପାରେ ।

୧. ପୋଷାକ ଧୁଅନ୍ତି ନାହିଁ ବା ଶୁଖାନ୍ତୁ ନାହିଁ :-
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ପୋଷାକ ଧୋଇବା ଶୁଭ ନୁହେଁ । ଏଥି ସହିତ ସନ୍ଧ୍ୟାରେ ଶୁଖିଲା ପୋଷାକ ବାହାରେ ଛାଡି ଦେବା ମଧ୍ୟ ଭୁଲ୍ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତି ପୋଷାକରେ ପ୍ରବେଶ କରେ, ଯାହାକୁ ପିନ୍ଧିବା ପରେ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ।

୨. ଖାଇବା-ପିଇବା ଜିନିଷକୁ ଖୋଲା ରଖନ୍ତୁ ନାହିଁ:-
ସୂର୍ଯ୍ୟାସ୍ତ ପରେ ଖାଇବା-ପିଇବା ଜିନିଷକୁ ଖୋଲା ରହିବା ଉଚିତ୍ ନୁହେଁ । ସେମାନଙ୍କୁ ସର୍ବଦା ଘୋଡ଼ାଇ ରଖନ୍ତୁ । ସଚେତ୍ ସେମାନଙ୍କ ମଧ୍ୟରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ, ଯାହାକୁ ଖାଇ ବ୍ୟକ୍ତି ଅସୁସ୍ଥ ହୋଇପାରନ୍ତି ।

୩. କେଶ କିମ୍ବା ନଖ କାଟନ୍ତୁ ନାହିଁ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସନ୍ଧ୍ୟା କିମ୍ବା ସୂର୍ଯ୍ୟାସ୍ତ ପରେ ନଖ କିମ୍ବା କେଶ କାଟିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟାସ୍ତ ସମୟରେ ଏହା କରିବା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏହା ସହ ଘରର ଲୋକଙ୍କ ଉପରେ ଋଣର ଭାରବଢ଼ିଯିବ ।

୪. ଶବଦାହ ନିଷେଧ:-
ହିନ୍ଦୁ ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରିବା ଶୁଭ ନୁହେଁ । କୁହାଯାଏ କି, ସୂର୍ଯ୍ୟାସ୍ତ ପରେ ଶବଦାହ କରିବା ଦ୍ୱାରା ମୃତ ବ୍ୟକ୍ତିଙ୍କୁ ପରଲୋକରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଆଗାମୀ ଜୀବନରେ ସେ ବିକଳାଙ୍ଗ ହୋଇ ଜନ୍ମ ହୋଇପାରନ୍ତି ।

୫. ଗଛରେ ପାଣି ଦିଅନ୍ତୁ ନାହିଁ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟାନ୍ତ ପରେ ଗଛରେ ପାଣି ଦିଅନ୍ତୁ ନାହିଁ । ଏହା ସହ ସୂର୍ଯ୍ୟାସ୍ତ ସମୟରେ ଗଛରୁ ଫୁଲ ବି ଛିଡାନ୍ତୁ ନାହିଁ । କାରଣ ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟାସ୍ତ ପରେ ଗଛ-ଲତା ଶୋଇପଡନ୍ତି ।

Get real time updates directly on you device, subscribe now.