fbpx
BSKY SKY
BSKY SKY

୫ ବର୍ଷର ପିଲା ପେଟରେ ହେଉଥିଲା ଯନ୍ତ୍ରଣା, ଅପେରସନ୍ ପରେ ବାହାରିଲା ଦେଢ଼ କିଲୋର ଚୁଟି

BSKY

ପଞ୍ଚକୁଲା: ୫ ବର୍ଷର ଏକ ପିଲା ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା । ତେଣୁ ଅପରେସନ୍ କରାଇବାରୁ ପେଟରୁ ବାହାରିଲା ଦେଢ଼ କିଲୋର ଚୁଟିର ଗୁଚ୍ଛ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ପଞ୍ଚକୁଲାରେ ଥିବା ସିଭିଲ୍ ହସ୍ପିଟାଲରେ । ଏଠାକାର ସିନିୟର୍ ସର୍ଜନ ଡାକ୍ତର ବିବେକ ଭାଦୂ ଏବଂ ତାଙ୍କର ଟିମ୍ ଆଜି ୫ ବର୍ଷର ପିଲା ପେଟରୁ ଅପରେସନ୍ ଜରିଆରେ ଦେଢ଼ କିଲୋ ଚୁଟି ବାହାର କରିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁସାରେ, ପିଲାଟିର ପେଟରେ ଅନେକ ଦିନ ହେବ ଯନ୍ତ୍ରଣା ହେଉଥିଲା । ଏହି ଯନ୍ତ୍ରଣା ଦିନକୁ ଦିନ ଆହୁରି ବଢ଼ୁଥିବାରୁ ପରିବାର ଲୋକେ ତାକୁ ନେଇ ପଞ୍ଚକୁଲା ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ମାନେ ପିଲାଟିର ଅନେକ ଗୁଡ଼ିଏ ଟେଷ୍ଟ କରାଇଥିଲେ । ଆଉ ଏହି ଟେଷ୍ଟରୁ ଜଣାପଡ଼ିଥିଲା ଯେ, ପିଲାଟିର ପେଟରେ ଚୁଟିର ଏକ ବଡ଼ ଗୁଚ୍ଛ ଜମିରହିଛି । ଏହି କାରଣରୁ ପିଲାଟିର ପେଟରେ ଯନ୍ତ୍ରଣା ହେଉଛି ।

ସିନିୟର୍ ସର୍ଜନ ଡାକ୍ତର ବିବେକ ଭାଦୂ ଏବଂ ତାଙ୍କର ଟିମ୍ ପିଲାଟିର ଅପରେସନ୍ କରିଥିଲେ । ଆଉ ପେଟରୁ ଦେଢ଼ କିଲୋର ଚୁଟି ବାହାର କରିବାରେ ସଫଳ ହୋଇଥିଲେ । ତେବେ ଅପରେସନ୍ ସଫଳ ହେବାପରେ ବି ତାକୁ ଅପଜରଭେସନ୍ ରେ ରଖାଯାଇଛି । ପିଲାଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକ୍ ରହିଥିବା ହସ୍ପିଟାଲ କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.