fbpx

ସାମ୍ନାକୁ ଆସିଲା ଚାନ୍ଦିପୁରା ଭାଇରସର ୫୦ ଟି ମାମଲା: ୧୬ ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଶିକେଶ ପଟେଲ କହିଛନ୍ତି ଯେ ସାରା ରାଜ୍ୟରେ ଚାନ୍ଦିପୁରା ଭାଇରସର ୫୦ ଟି ମାମଲା ରୁଜୁ ହୋଇଛି ଏବଂ ୧୬ ଜଣ ପ୍ରାଣ ହରାଇଛନ୍ତି । ପଟେଲ କହିଛନ୍ତି, ହିନ୍ଦୁପୁରରେ ଚାନ୍ଦିପୁରା ଭାଇରସର ୧୪ ଟି ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୭ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି ।

ଚାନ୍ଦିପୁରା ଭାଇରସର ତିନୋଟି ମାମଲା ଅନ୍ୟ ରାଜ୍ୟରୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଚାନ୍ଦିପୁରା ଭାଇରସର ୫୦ ଟି ମାମଲା ରୁଜୁ ହୋଇଥିବା ବେଳେ ୧୬ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ପ୍ରତ୍ୟେକ ଗ୍ରାମ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏ ସମ୍ପର୍କରେ ସଚେତନ କରାଯାଇଛି ବୋଲି ସେ କହିଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀ କଲେକ୍ଟର, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏଚଓ) ଏବଂ ମେଡିକାଲ କଲେଜ ସହିତ ବୈଠକ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗୁଜୁରାଟର ପିଲାମାନଙ୍କଠାରେ ଚାନ୍ଦିପୁରା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି ଯାହା କିଛି ଭୟ ସୃଷ୍ଟି କରିଛି । ସାତଟି ମାମଲା ଲାବୋରେଟୋରୀ ପରୀକ୍ଷଣ କରାଯାଇଥିଲା ।

Get real time updates directly on you device, subscribe now.