fbpx

ବିନା ସୁଧରେ ମିଳିବ ୫୦ ଲକ୍ଷ ଲୋନ୍… ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଭାରତର ୭୮ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ହଜାର ମେଡିକାଲ ସିଟ୍ ଭେଟି ଦେବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ବିନା ସୁଧରେ ଲୋନ୍ ଦେବା ପାଇଁ ଘୋଷଣା କରିଛନ୍ତି ଜଣେ ରାଜ୍ୟ ସରକାର । ଏଣିକି ୫୦ ହଜା ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ ସାଧାରଣ ଲୋକେ । ତେବେ ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ଏ ନେଇ ମିଜୋରାମ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଯୋଗ୍ୟ ଲୋକମାନଙ୍କୁ ଆର୍ଥିକ ସହାୟତା ଏବଂ ଜୀବନଯାପନରେ ସୁଧାର ଆଣିବାକୁ ଦୃଷ୍ଟିରେ ରଖି ମାଗଣା ସୁଧ ବ୍ୟବସ୍ଥା ଘୋଷଣା କରିଛନ୍ତିି ରାଜ୍ୟ ସରକାର ।

ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଏ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ସମ୍ବୋଧନ ସଭାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ରାଜ୍ୟର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର ଏକ ଲୋନ୍ ସ୍କିମ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସ୍କିମ୍ ଜରିଆରେ ସରକାର ଆର୍ଥିକ ବିକାଶ ପାଇଁ ଆଗେଇ ଆସୁଥିବା ଯୋଗ୍ୟ ଲୋକମାନଙ୍କୁ ସହାୟତା କରିବା ପାଇଁ ଗାରେଣ୍ଟର ଭାବରେ କାର୍ଯ୍ୟ କରିବେ । ମିଜୋରାମ ସରକାର ଗ୍ୟାରେଣ୍ଟି ଅଧିନିୟମ, ୨୦୧୧ରେ ସଂଶୋଧନର ପ୍ରସ୍ତାବରେ ହିତାଧିକାରୀମାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିପାରିବ । ତେବେ ଏଥିରେ ସରକାର ଗ୍ୟାରେଣ୍ଟି ଦେବା ସହ ସୁଧ ମଧ୍ୟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଲାଲଦୁହୋମା କହିଛନ୍ତି ଯେ, ଆମ ସରକାର ସମାବେଶୀ ଶାସନ ବ୍ୟତୀତ ରାଜ୍ୟର ବିକାଶ, ସରକାରୀ ପ୍ରକ୍ରିୟା ଇତ୍ୟାଦିରେ ଅଧିକ ପ୍ରତିଶ୍ରୁତିବଦ୍ଧ ତଥା ପାରଦର୍ଶିତା ସହସେବା ଜାରି ରହିଛି । ଆହୁରି ଲୋକଙ୍କ ଅନେକ ଅନେକ ସୁଧା ଯୋଗାଇ ନିଜ ଲକ୍ଷ୍ୟରେ ଦଢ ରହିଛନ୍ତି । ଗତ ୨୦୨୩ ମସିହା ଡିସେମ୍ବରରେ ସଂସ୍ଥାର ସତ୍ତା ହାସଲ କରିବା ପରେ ଜୋରମ୍ ପିପୁଲ୍ସ ମୋଭମେଣ୍ଟ ସରକାର ବିଭିନ୍ନ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Get real time updates directly on you device, subscribe now.