fbpx

ଟେଲିଗ୍ରାମରେ କୋଟିପତି ହେବାର ସ୍ୱପ୍ନ ଦେଖାଇ ଠକିନେଲେ ୫୦ ଲକ୍ଷ

ଭୁବନେଶ୍ୱର: ଦେଶରେ ଏହି ଠକେଇ ମାମଲା ବଢୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମଧ୍ୟ ଏହି ଦୁର୍ନୀତି ଦେଖାଦେଇଛି । ଟେଲିଗ୍ରାମରେ ଟ୍ରେଡିଂ କରି କୋଟିପତି ହେବାର ସ୍ୱପ୍ନ ଦେଖାଇ ୫ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକ ଠକିନେଇଥିବା କଥା ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, ପ୍ରଦୀପ କୁମାର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ପ୍ରଥମେ ତାଙ୍କ ହ୍ୱାଟ୍ସଆପକୁ କିଛି ମେସେଜ ଆସିଥିଲା । ଏଥିରେ ତାଙ୍କୁ ଟେଲିଗ୍ରାମରେ ଟଙ୍କା ଲଗାଇ ଦୁଇଗୁଣା ସୁଧ ପାଇବାକୁ କୁହାଯାଇଥିଲା । ଲୋଭରେ ପଡି ପ୍ରଦୀପ ତାଙ୍କ ଟେଲିଗ୍ରାମ୍ ଗ୍ରୁପରେ ଜଏନ କରିଥିଲେ ।

ଏହାପରେ ପ୍ରଥମେ ୨ ହଜାର ପରେ ୫ ହଜାର ଲଗାଇଥିଲେ । ଏହିଭଳି ସେ ୫ ଲକ୍ଷରୁ ଅଧିକ ଟଙ୍କା ଲଗାଇଥିଲେ । କିନ୍ତୁ ସାଇବର ଠକ ଟଙ୍କା ନେବା ପରେ ଫୋନ ସୁଇଚ୍ ଅଫ କରିଦେଇଥିଲେ । ଏହାପରେ ସାଇବର ଥାନାରେ ପ୍ରଦୀପ କୁମାର ସିଂହ ଅଭିଯୋଗ କରିଛନ୍ତି । ତାଙ୍କର ଏହି ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.