fbpx

ଲୋକସଭା ନିର୍ବାଚନରେ ୨ ଥର ମତଦାନ କରିବେ ଭୋଟର: ହିସାବ ହେବନି ପ୍ରଥମ ଭୋଟ୍

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନକୁ ନେଇ ଆସିଛି ଏକବଡ଼ ଅପଡେଟ୍ । ଏଥର ଥରେ ନୁହେଁ ଦୁଇ ଥର ଲେଖାଏଁ ଭୋଟ୍ ଦେଇପାରିବେ ନାଗରିକ । ସମସ୍ତ ଭୋଟରଙ୍କୁ ମିଳିବ ୨ ଥର ଭୋଟ ଦେବାର ସୁଯୋଗ । ନିର୍ବାଚନର ପ୍ରଥମ ପର୍ଯାୟରେ ମଣପୁରର କିଛି ବୁଥରେ ହିଂସା ଦେଖିବାକୁ ମିଳିଛି । ଆନ୍ତରିକ ମଣିପୁର ଆସନ ପାଇ ୧୧ଟି ବୁଥରେ ମତଦାନ ରଦ୍ଦ କରିବା ପାଇଁ ଆଦେଶ ଜାରି ହୋଇଛି । ତେଣୁ ୧୧ଟି ବୁଥ୍ ପାଇଁ ପୁଣିଥରେ ମତଦାନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସର ସଙ୍ଗୀନ ଅଭିଯୋଗ ପରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ସୂଚନା ଅନୁସାରେ, ମତଦାନ ସମୟରେ ମଣିପୁରର ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ଘଟଣା ଦେଖିବାକୁ ମିଳିଛି । ଏହାପୂର୍ବରୁ ରାଜ୍ୟର ୨ଟି ଲୋକସଭା ଆସନ ପାଇଁ ଶୁକ୍ରବାର ହୋଇଥିବା ମତଦାନ ସମୟରେ ଠକେଇ ଅଭିଯୋଗ ସହ ବୁଥ କବଜା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ । ତେଣୁ ୪୭ଟି ମତଦାନ କେନ୍ଦ୍ରରେ ପୁଣିଥରେ ମତଦାନ କରିବା ପାଇଁ ଦାବି କରିଥିଲା । ହିଂସା ପ୍ରଭାବିତ ମଣିପୁରରେ ଗୁଳିମାଡ଼, ଡରାଇବା-ଧମକାଇବା ତଥା ଇଭିଏମରେ ଭଙ୍ଗାରୁଜା ଭଳି ମାମଲା ମଧ୍ୟରେ ୬୮ ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ରେକର୍ଡ କରାଯାଇଛି । ଶୁକ୍ରବାର ଏହି ୨ଟି ସ୍ଥାନରେ ମତଦାନ ହୋଇଥିବା ବେଳେ ସୋମବାର ପୁଣିଥରେ ଏଠରେ ଭୋଟଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମଣିପୁର ବିଧାନସଭାର ୩୨ ଟି ନିର୍ବାଚନମଣ୍ଡଳୀ ‘ଇନର ମଣିପୁର’ ଲୋକସଭା ଆସନ ଅଧୀନରେ ଥିବାବେଳେ ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀ ‘ଆଉଟର ମଣିପୁର’ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି। କଂଗ୍ରେସର ମଣିପୁର ୟୁନିଟ୍ ସଭାପତି କେ. ମେଘଚନ୍ଦ୍ର କହିଛନ୍ତି ଯେ, ଦଳ ମଣିପୁରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ‘ଇନର ମଣିପୁର’ର ୩୬ ଏବଂ’ଆଉଟର ମଣିପୁର’ର ୧୧ଟି ଆସନରେ ପୁନର୍ବାର ମତଦାନ କରାଇବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.