fbpx
BSKY SKY
BSKY SKY

ବିବାହ ଭୋଜି ସାରି ଭ୍ୟାନରେ ଫେରୁଥିବା ବେଳେ ଦୁର୍ଘଟଣା, ଚାଲିଗଲା ୯ ଜଣଙ୍କ ପ୍ରାଣ

BSKY

ରାଜସ୍ଥାନ: ସକାଳ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକ୍ ଓ ଭ୍ୟାନ ମଧ୍ୟରେ ଧକ୍କା ଘଟିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନର ଝାଲାୱାଡାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ, ବିବାହ ଭୋଜି ସାରି ଭ୍ୟାନରେ ଫେରୁଥିଲେ । ସେହି ସମୟରେ ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ୯ ଜଣ ମୃତକ ଭ୍ୟାନରେ ଯାତ୍ରା କରୁଥିଲେ । ତେବେ ଏଥିରେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଆହତ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

ଆକ୍ଲେରା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସନ୍ଦୀପ ବିଷ୍ଣୁ କହିଛନ୍ତି ଯେ, ଆକ୍ଲେରା ନିକଟ ଡୁଙ୍ଗର ଗାଁର ବାଗ୍ରି ସମ୍ପ୍ରଦାୟର ଲୋକମାନେ ଶନିବାର ଦିନ ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ବିବାହରୁ ଫେରିବା ବେଳେ ଭ୍ୟାନକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ଏବଂ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ବର୍ତ୍ତମାନ ପୋଲିସ ମୃତକଙ୍କ ମୃତଦେହକୁ ଆକ୍ଲେରାର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ରଖିଛି।

Get real time updates directly on you device, subscribe now.