fbpx

ଆଜି ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ, ପୃଥିବୀର ୧୦ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି ବୌଦ୍ଧ, ବାରିପଦା

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମଲହରୀ ଚାଲିଥିବା ବେଳେ ଗତକାଲି ସବୁଠାରୁ ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି ବୌଦ୍ଧ ଏବଂ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତେବେ ହିଟ୍‌ୱେଭକୁ ନେଇ ମୟୁରଭଞ୍ଜ, କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର କିଛିଟା ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜି କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଦେଇପାରେ ବୋଲି କୁହାଯାଉଛି ।

ଆଜିଠୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ । ଏଥିସହ ବିଜୁଳି ଘଡ଼ଘଡି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣପାଗ ବିଭାଗ । ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଭିନ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ନେଇ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ପୃଥିବୀର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ବାରିପଦା ଏବଂ ବୌଦ୍ଧ ସ୍ଥାନ ପାଇଛନ୍ତି । ବିଶ୍ୱବ୍ୟାପୀ ପାଣିପାଗ ସମ୍ବନ୍ଧରେ ଅଧ୍ୟୟନ ଏବଂ ତଥ୍ୟ ରଖୁଥିବା ସଂସ୍ଥା ଓଜିମେଟ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଏହାସହ ବୌଦ୍ଧ ଏବଂ ବାରିପଦା ଦେଶର ସବୁଠାରୁ ଉତ୍ତପ୍ତ ସହର ଏବଂ ଏସିଆ ମହାଦେଶରେ ତୃତୀୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ତେବେ ଚଳିତ ବର୍ଷରେ ଗତକାଲି ପ୍ରଥମ ଥର ପାଇଁ ୨ଟି ସହରରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୩ ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.