fbpx

ଶରଣାର୍ଥୀ କ୍ୟାମ୍ପ ଉପରେ ଲଗାତାର ଆକ୍ରମଣ: ୧୪ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଇସ୍ରାଏଲକୁ ନେଇ ଚିନ୍ତିତ ରହିଛି । ଗୋଟିଏ ପଟେ ହମାସ ସହ ଯୁଦ୍ଧ ଲାଗି ରହିଥିବା ବେଳେ ଇରାନ ବିପକ୍ଷରେ ମଧ୍ୟ ତିକ୍ତତା ଆରମ୍ଭ ହୋଇଛି । ଏହାମଧ୍ୟରେ ଆଜି ହମାସର ଶରଣାର୍ଥୀ କ୍ୟାମ୍ପରେ ଘନଘନ ଆକ୍ରମଣ କରିଛି ଇସ୍ରାଏଲ । ହମାସ ୱେଷ୍ଟ ବ୍ୟାଙ୍କରେ ଥିବା ଶରଣାର୍ଥୀ କ୍ୟାମ୍ପରେ ଆଇଡିଏଫ ଏହି ଆକ୍ରମଣ ଜାରି ରଖିଛି । ଇସ୍ରାଏଲ ଆଇଡିଏଫର ଏହି ଆକ୍ରମଣରେ ୧୪ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଏକାଧିକ ଲୋକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ତେବେ ଆକ୍ରମଣରେ ପ୍ରାଣ ହରାଇଥିବା ୧୪ ଜଣଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ପାଲେଷ୍ଟାଇନର ସ୍ୱାସ୍ଥ୍ୟମନ୍ତ୍ରୀ ।

Get real time updates directly on you device, subscribe now.