fbpx

କରୋନାରେ ଜୀବନ ହରାଇଥିବା କରୋନାଯୋଦ୍ଧାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 50 ଲକ୍ଷଟଙ୍କା ସରକାରୀ ସହାୟତା ।

ମାଲକାନଗିରି ତା:- ୨୮/୧୨: କୋରୋନାରେ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ପ୍ରଦାନ କରାଯାଇଛି ।

ଚଳିତବର୍ଷ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାଶିଷ୍ଟ ୱାଇ.ରାଜକୁମାର କୋଭିଡ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବାବେଳେ ନିଜେ କୋରୋନାରେ ସଂକ୍ରମିତ ହୋଇ ଗତ ଅଗଷ୍ଟ 29ରେ ଚିକିତ୍ସାବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରଯାଇଥିଲା । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଆଜି ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି ।
ରାଜକୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ଦୁଇ ଝିଅ ଅଛନ୍ତି । ଏହି ବୀମାରାଶି ମୃତ ୱାଇ. ରାଜକୁମାରଙ୍କ ପତ୍ନୀ ୱାଇ ପ୍ରେମଲତା ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାରେ ତିନିଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି ଏବଂ ତନ୍ମଧ୍ୟରୁ ଶ୍ରୀ ରଞ୍ଜନ ହନ୍ତାଳ , ହୋମଗାର୍ଡଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ୟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି

Get real time updates directly on you device, subscribe now.