fbpx
BSKY SKY
BSKY SKY

ଅଧିକ ଟିଭି ଦେଖୁଥିବା ପିଲାମାନେ ହୋଇପାରନ୍ତି ମଧୁମେହର ଶିକାର, ଜାଣନ୍ତୁ କାରଣ

BSKY

ଛୋଟ ପିଲାମାନେ ଟିଭି ଦେଖିବାକୁ ଭାରି ଭଲପାଆନ୍ତି । ପିତାମାତା ମଧ୍ୟ ପିଲାମାନଙ୍କର ଖୁସିକୁ ପ୍ରାଧାନ୍ୟ ଦେଇ ସେମାନଙ୍କୁ ଏଥିରୁ ନିବୃତ୍ତ ରଖନ୍ତି ନାହିଁ । ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ୩ ଘଣ୍ଟା ଟିଭି ସାମନାରେ ବସୁଥିବା ପିଲାମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏତଦବ୍ୟତୀତ କମ୍ପ୍ୟୁଟର, ଲାପଟପ, ଟାବଲେଟ, ସ୍ମାର୍ଟଫୋନ ଆଦି ବ୍ୟବହାର କରିବା ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପିଲାମାନେ ଏପରି ଭାବରେ ଭିଜିଟାଲ କ୍ଷେତ୍ର ପ୍ରତି ଆକୃଷ୍ଟ ହେବା ଫଳରେ ଅଧିକ ମୋଟା ହୋଇଯାଇଥାନ୍ତି । ଏହା ମଧ୍ୟ ଇନସୁଲିନ ପ୍ରତିରୋଧ ପାଇଁ ଦାୟୀ ହୋଇଥାଏ ।

ଇନସୁଲିନ ପାଚନ ଗ୍ରନ୍ଥି ମାଧ୍ୟମରେ ହରମୋନ ଦ୍ୱାରା ବ୍ଲଡ ଗ୍ଲୁକୋଜ ସ୍ତରକୁ ବୃଦ୍ଧି ହେବାରେ ରୋକିଥାଏ । ଏହି ବାଧା ଫଳରେ ଇନସୁଲିନ ଉତ୍ପନ ହୋଇଥାଏ । ବିଶେଷଜ୍ଞଙ୍କ କୁହନ୍ତି, ପିଲାଦିନର ପ୍ରାରମ୍ଭିକ ବର୍ଷରେ ଟିଭି ପରଦା ସାମନାରେ କମ ସମୟ ଅତିବାହିତ କରୁଥିଲେ, ଟାଇପ-୨ ଡାଇବେଟିଜ ହେବାର ସମ୍ଭାବନା କମ ଥାଏ ।

Get real time updates directly on you device, subscribe now.