fbpx

ଦିବ୍ୟାଙ୍ଗଙ୍କ ପାଇଁ ବସରେ ୫୦ ପ୍ରତିଶତ ଭଡା ଛାଡ: ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କ ପାଇଁ ବସରେ ୫୦ ପ୍ରତିଶତ ଭଡା ଛାଡ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡା ବସ୍‍ଷ୍ଟାଣ୍ଡ୍‍ ପରିଦର୍ଶନ କରିବା ଅବସରରେ ଏହା କହିଛନ୍ତି । ମନ୍ତ୍ରୀ ଶ୍ରୀ ମହାପାତ୍ର ବସ୍‍ଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ମିଳୁଥିବା ସୁବିଧା ବିଷୟରେ ଆଲୋଚନା କରିଥିଲେ । ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ପରେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ୫୦ ପ୍ରତିଶତ ବସ୍‍ଭଡା ରିହାତି ନ ମିଳୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.