fbpx

୧୮ ବର୍ଷ ଛାତ୍ରୀଙ୍କ ପ୍ରେମରେ ପଡିଲେ ଶିକ୍ଷକ, ପ୍ରେମ ପାଇଁ ଚାଲି ଗଲା ଚାକିରୀ

ଜଣେ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଭଲ ପାଉଥିଲେ। ସେ ଛାତ୍ରୀ ଜଣଙ୍କ ପାଇଁ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ଛାଡି ଘରୁ ଅଲଗା ମଧ୍ୟ ହୋଇଗଲେ। ପ୍ରେମ ଏତେ ଆଗକୁ ବଢ଼ିଲା ଯେ ଶିକ୍ଷକ ଛାତ୍ରୀଙ୍କୁ ବିବାହ ମଧ୍ୟ କରିଥିଲେ। ଯେତେବେଳେ ଏହି କଥା ଛାତ୍ରୀଙ୍କ ସ୍କୁଲ ଙ୍କୁ ଜଣା ପଡିଲା , ସେତେବେଳେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଗଲା ।

ତେବେ ଏହି ମାମଲା ସ୍କଟଲ୍ୟାଣ୍ଡର ଉତ୍ତର ଆୟାରଶାୟାରର ଅଟେ। ଶିକ୍ଷକଙ୍କ ନାମ ଗାଭିନ ଡନ୍ସମୁଏର ।ସୂଚନାମୁତାବକ ୨୦୧୫ ରେ, ସେ ଛାତ୍ରୀ ମେଘନ ରିଡଙ୍କୁ ଭେଟିଥିଲେ । ଏହି ସମୟରେ ଉଭୟ ନିକଟତର ହୋଇଥିଲେ ଏବଂ ସେମାନେ ପ୍ରେମରେ ପଡିଥିଲେ । ସେହି ସମୟରେ ମେଘନ୍ ଙ୍କୁ ୧୮ ବର୍ଷ ହୋଇଥିଲା । ୨୦୧୮ ବେଳକୁ ଗାଭିନ ତାଙ୍କ ପତ୍ନୀ ଶୋନାଙ୍କୁ ଛାଡି ମେଘନଙ୍କ ସହ ରହିବାକୁ ଲାଗିଲେ। ସେତେବେଳେ କେହି ଏ ବିଷୟରେ ଜାଣିପାରିଲେ ନାହିଁ ।

କିନ୍ତୁ ସହକର୍ମୀ ଶିକ୍ଷକ ସେମାନଙ୍କୁ ପବ୍ ରେ ଦେଖିବା ପରେ ଗାଭିନ ଏବଂ ମେଘନଙ୍କ ସମ୍ପର୍କ ପ୍ରକାଶ ପାଇଲା। ମେଘନଙ୍କୁ ବର୍ତ୍ତମାନ ୨୫ ବର୍ଷ ହୋଇଛି । ଗାଭିନ ଡନ୍ସମୁଏରଙ୍କୁ ୫୦ ବର୍ଷ ବିତିଗଲା। ଗତ ବର୍ଷ ଗାଭିନ ଏବଂ ମେଘନ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଦ ମିରର ରିପୋର୍ଟ ଅନୁଯାୟୀ, ଗାଭିନ ଏକ ପବ୍ ରେ ମେଘନଙ୍କ ସହ ରୋମାନ୍ସ କରୁଥିଲେ। ତେବେ ଏହି ସବୁ ଘଟଣା ଜାଣିବା ପରେ ତାଙ୍କୁ ଚାକିରୀରୁ ବରଖାସ୍ତ କରାଗଲା। ଏହା ସହିତ ସ୍କଟଲ୍ୟାଣ୍ଡର ଶିକ୍ଷାଦାନ ପରିଷଦ ମଧ୍ୟ ତାଙ୍କ ଉପରେ ଏକ ତଦନ୍ତ କରିଥିଲା। ଗାଭିନଙ୍କ ବିରୋଧରେ ୨୦୧୮ ରୁ ତଦନ୍ତ ଚାଲିଛି।

ନିକଟରେ ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ଗାଭିନ ମେଘନଙ୍କୁ ଜଣେ ସହକର୍ମୀଙ୍କ ଘରକୁ ନେଇ ଯାଇଥିଲେ। ପରିଷଦ କହିଛି – ଶିକ୍ଷକଙ୍କ ଆଚରଣ ଆବଶ୍ୟକ ମାନଦଣ୍ଡ ଅନୁଯାୟୀ ଠିକ ନୁହେଁ , ତେଣୁ ସେ ଶିକ୍ଷାଦାନ ପାଇଁ ଅଯୋଗ୍ୟ ।ମେଘନଙ୍କ ପିତା ଡୋନାଲ୍ଡ ରିଡଙ୍କ ବିବୃତ୍ତି ଶିକ୍ଷକଙ୍କୁ ବିବାହ ପ୍ରସଙ୍ଗରେ ଆସିଛି। ସେ କହିଥିଲେ- ମୁଁ ବହୁତ ବିବ୍ରତ ଏବଂ ନିରାଶ ହୋଇଛି। ଏହା ହେଉଛି ବିଦ୍ୟାଳୟର ଅବହେଳା ।

Get real time updates directly on you device, subscribe now.