fbpx

ରେଳଷ୍ଟେସନରେ ଯୁବତୀଙ୍କ କଟାମୁଣ୍ଡ ଉଦ୍ଧାର

ବଲାଙ୍ଗିର: ଦିନକୁ ଦିନ ହତ୍ୟା ଓ ଆତ୍ମହତ୍ୟା ବଢିବାରେ ଲାଗିଛି । ରାଜ୍ୟ ଏବଂ ଦେଶରେ ଥମିବାର ନାମ ନେଉନାହିଁ ଅପରାଧ । ଆତ୍ମହତ୍ୟା ସଂଖ୍ୟା ଦୃତଗତିରେ ବଢିବାରେ ଲାଗିଛି । ଲୋକେ ନିଜର ବ୍ୟକ୍ତିଗତ ଚିନ୍ତାରୁ ମୁକ୍ତି ନ ପାଇବା ଏବଂ ଅନ୍ୟାନ୍ୟ କାରଣରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଏମିତି ଏକ ଘଟଣା ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି । ଯୁବତୀ ଜଣକଙ୍କ ମୃତଦେହକୁ ପୋଲିସ ଠାବ କରିଛି । ଘଟଣାସ୍ଥଳରେ କଟାମୁଣ୍ଡ ଅବସ୍ଥାରେ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।

ଆଜି ସକାଳୁ ବଲାଙ୍ଗିର ଷ୍ଟେସନ ନିକଟରେ ଥିବା ଖୁଜେନପାଲି ଫାଟକ ରେଳ ଧାରଣାରେ ଏହି ମୃତ ଶରୀରକୁ ରେଳକର୍ମଚାରୀ ଦେଖିଥିଲେ । ଏହାପରେ ପୋଲିସକୁ ଖବର କରାଯାଇଥିଲା । ପୋଲିସ ଆସି ମୃତ ଶରୀରକୁ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ଏକ କାର ଥିବା ଦେଖାଯାଇଛି । ହେଲେ ଏପର୍ଯ୍ୟନ୍ତ ଜଣାପଡିନି ଯୁବତୀଙ୍କ ପ୍ରକୃତ ପରିଚୟ । ତେବେ ଯୁବତୀ ଜଣକୁ ହତ୍ୟା କରାଯାଇଛି କି ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ଅସ୍ପଷ୍ଟ ରହିଛି । କାରକୁ ନେଇ ଅଧିକ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହାସହ ପୋଲିସର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.