fbpx

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ସିଡନୀ ପୋଲିସ

ନୁଆଦିଲ୍ଲୀ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦନୁଷ୍କା ଗୁଣଥିଲକା ଅଷ୍ଟ୍ରେଲିଆରେ ଗିରଫ। ଦୁଷ୍କର୍ମ ଅଭିଯୋଗରେ ନଭେମ୍ବର ୪ ତାରିଖରେ ତାଙ୍କୁ ଗିରଫ କରିଛି ସିଡନୀ ପୋଲିସ। ଜାଣିବାକୁ ମିଳିଛି ଯେ ନଭେମ୍ବର ୨ ରେ ଜଣେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପରେ ୩୧ ବର୍ଷ ବୟସ୍କା ଗୁଣଥିଲକାଙ୍କୁ ରବିବାର ଦିନ ସିଡନୀ ସିଟି ପୋଲିସ ଷ୍ଟେସନକୁ ନିଆଯାଇଥିଲା। ବଳାତ୍କାର ଅଭିଯୋଗରେ ଦନୁଷ୍କା ଗୁଣଥିଲକାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପରେ ଶ୍ରୀଲଙ୍କା ଟିମ୍ ତାଙ୍କ ବିନା ହିଁ ସ୍ୱଦେଶକୁ ଫେରିଛି।

କ୍ଵାଲିଫୟାର ମ୍ୟାଚରେ ନାମିବିଆ ବିପକ୍ଷରେ ଗୁଣଥିଲକା ଖାତା ଖୋଲିନପାରି ଆଉଟ ହୋଇଥିଲେ। ଏହାପରେ ସେ ଦଳରୁ ବାହାର ପଡ଼ିଥିଲେ, ତେବେ ଶ୍ରୀଲଙ୍କା ସୁପର ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ତାଙ୍କ ସ୍ଥାନରେ ଆଶେନ ବାନ୍ଦାରା ଦଳରେ ଜାଗା ପାଇଥିଲେ, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଗୁନାଥିଲକାଙ୍କୁ ଘରକୁ ପଠାଇବା ପରିବର୍ତ୍ତେ ଦଳ ସହିତ ରଖିଥିଲେ।

ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହ ଆରମ୍ଭରେ ରୋଜ ବେ’ର ଏକ ବାସଭବନରେ ୨୯ ବର୍ଷ ବୟସ୍କା ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା। ‘ଅନଲାଇନ୍ ଡେଟିଂ ଆପ୍ଲିକେସନସି ଜରିଆରେ ମହିଳା ଗୁଣଥିଲକାଙ୍କ ସମ୍ପର୍କରେ ଆସିଥିଲେ। କିଛି ଦିନ ଯୋଗାଯୋଗ କରିବା ପରେ ଦେଖା କରିଥିଲେ। ତେବେ ଅଭିଯୋଗ ହୋଇଛି ଯେ, ଗୁଣଥିଲକା ୨୦ ନଭେମ୍ବର ୨୦୨୨ ବୁଧବାର ସନ୍ଧ୍ୟାରେ ମହିଳା ଜଣଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ। ଜାରି ତଦନ୍ତ ମଧ୍ୟରେ ପୋଲିସ ଦ୍ୱାରା କ୍ରାଇମ ସିନର ରିକ୍ରିଏସନ କରିଥିଲା। ଏହା ସହିତ ଘଟଣା ସମ୍ଭନ୍ଧରେ ଅଧିକ ତଦନ୍ତ ପରେ, ଆଜି (ସକାଳ ୬ ନଭେମ୍ବର ୨୦୨୨) ପୂର୍ବାହ୍ନ ୧ ଟା ପୂର୍ବରୁ ସିଡନୀର ସସେକ୍ସ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ୩୧ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ତେବେ ଏବିଷୟରେ ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରି ନାହିଁ।

ଶ୍ରୀଲଙ୍କାର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଙ୍କ ବିରୁଦ୍ଧରେ ୨୦୧୮ ରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ୍ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ କରିଥିଲା। ଶ୍ରୀଲଙ୍କାରେ ଜଣେ ନରୱେ ମହିଳାଙ୍କ ଦ୍ୱାରା ହୋଇଥିବା ବଳାତ୍କାର ଅଭିଯୋଗ ଘଟଣାରେ ପୋଲିସ ଗୁନାଥିଲକା ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା। ତେବେ ଗୁଣଥିଲକାଙ୍କ ସମ୍ପୃକ୍ତିକୁ ପୋଲିସ ଖାରଜ କରିଦେଇଥିଲା। ପୋଲିସ ସେମାନଙ୍କୁ ଛାଡି ଦେଇଥିଲା, କିନ୍ତୁ ସେମାନଙ୍କ ସାଙ୍ଗକୁ ଗିରଫ କରାଯାଇଥିଲା।

Get real time updates directly on you device, subscribe now.