fbpx

NLCରେ ୫୦୦ ପଦ ଖାଲି: ପ୍ରଥମ ବର୍ଷ ମିଳିବ ମାସିକ ୧୮ ହଜାର ଦରମା

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ନେଭେଲି ଲିଗନାଇଟ୍ କର୍ପୋରେସନ (ଏନଏଲସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଇଣ୍ଡଷ୍ଟ୍ରିଆଲ ଟ୍ରେନି ଭାବେ ନିଯୁକ୍ତି ଦିଆଯିବ । ଜୁନ୍ ମାସ ୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୮ ତାରିଖରେ ସମାପ୍ତ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆବେଦନ କରିପାରିବେ ।

ମୋଟ ୫୦୦ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ୟୁଆର / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୭ ବର୍ଷ, ଓବିସି (ଏନସିଏଲ) ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ, ଏସସି / ଏସଟିଙ୍କ ପାଇଁ ୪୨ ବର୍ଷ ରହିଛି । ଚଳିତ ବର୍ଷ ଜୁନ୍ ମାସ ୧ ତାରିଖ ସୁଦ୍ଧା ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ସ୍ପେଶିଆଲାଇଜେସନ ମାଇନିଂ ଇକ୍ୱିପମେଣ୍ଟ (ଏସଏମଇ) ଅପରେସନ୍ସରେ ଇଣ୍ଡଷ୍ଟ୍ରିଆଲ ଟ୍ରେନି ପାଇଁ ପ୍ରାର୍ଥୀ ୩ ବର୍ଷର ଡିପ୍ଲୋମା ଇଞ୍ଜିନିୟରିଂ କୋର୍ସ କରିଥିବେ । ସେହିପରି ମାଇନ୍ସ ଆଣ୍ଡ ମାଇନ୍ସ ସପୋର୍ଟ ସର୍ଭିସେସ ଇଣ୍ଡଷ୍ଟ୍ରିଆଲ ଟ୍ରେନି ପାଇଁ ପ୍ରାର୍ଥୀ ଫିଟର / ଟର୍ଣ୍ଣର / ଇଲେକ୍ଟ୍ରିସିଆନ / ୱେଲଡିଂ / ଏଏମଭି / ଡିଜେଲ ମେକାନିକ / ଟ୍ରାକ୍ଟର ମେକାନିକ / ସିଭିଲ / ଫାଉଣ୍ଡ୍ରିରେ ୩ ବର୍ଷିଆ ଆଇଟିଆଇ ପାସ୍ କରିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://web.nlcindia.in/pap_training/

ନୋଟିଫିକେସନ ଲିଙ୍କ: https://web.nlcindia.in/pap_training/02-2023.pdf

ଅଫିସିଆଲ ୱେବସାଇଟ: https://www.nlcindia.in/new_website/index.htm

Get real time updates directly on you device, subscribe now.