fbpx

ଖାଦ୍ୟ ପସନ୍ଦ ଶୈଳୀରୁ ଜାଣିପାରିବେ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ ରୋମାଞ୍ଚକର ତଥ୍ୟ

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ ଜଣକର ଖାଦ୍ୟ ପସନ୍ଦ ଶୈଳୀରୁ ତାଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କରେ ଜାଣିପାରିବେ। ତେବେ ଜାଣନ୍ତୁ ଝିଅଙ୍କ ଖାଦ୍ୟରୁଚି ଶୈଳୀରୁ ସେମାନଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା।

ଚକୋଲେଟ୍‌: ସାଧାରଣତଃ ଝିଅମାନଙ୍କୁ ଚକୋଲେଟ୍‌ ପସନ୍ଦ ହୋଇଥାଏ। ତେବେ ଅଧିକ ଚକୋଲେଟ୍‌ ଖାଉଥିବା ଝିଅ ନରମ ସ୍ବଭାବର ହୋଇଥାନ୍ତି। ସେମାନେ ମୁହାଁମୁହିଁ ସିଧା କଥା କହିଥାନ୍ତି।

ଆଇସ୍‌କ୍ରିିମ୍‌: ଝିଅମାନଙ୍କୁ ଆଇସ୍‌କ୍ରିମ ଖାଇବା ବେଶି ପସନ୍ଦ ହୋଇଥାଏ । ତେବେ ଅଧିକାଂଶ ଝିଅଙ୍କୁ ଷ୍ଟ୍ରବେରୀ ଓ ଚକୋଲେଟ ଆଇସ୍‌କ୍ରିମ୍‌ ପସନ୍ଦ ଆସିଥାଏ। ସେମାନେ ସ୍ବଭାବରେ ରୋମାଣ୍ଟିକ୍‌ ହେବା ସହ ଚଗଲୀ ଥାଆନ୍ତି।

ମିଠା: ମିଠା ପସନ୍ଦ କରୁଥିବା ଝିଅ ରାଗୀ ସ୍ବଭାବର ହୋଇଥାନ୍ତି। ସେମାନେ ତାଙ୍କ ପାର୍ଟନରଙ୍କୁ ତାଙ୍କଠାରୁ ଅଲଗା ହେବାକୁ ଦିଅନ୍ତି ନାହିଁ।

କଫି: କଫି ପସନ୍ଦ କରୁଥିବା ଝିଅ ମଧ୍ୟ ରୋମାଣ୍ଟିକ ହୋଇଥାନ୍ତି। ଆତ୍ମନିର୍ଭରଶୀଳ ଓ କର୍ତ୍ତବ୍ୟନିଷ୍ଠା ଏମାନଙ୍କ ସ୍ବଭାବରେ ସମ୍ପୂର୍ଣ୍ଣ ବାରି ହୋଇପଡେ। ଏମାନେ ପାର୍ଟନରଙ୍କ ବିଶ୍ୱାସୀ ହୋଇଥାନ୍ତି।

Get real time updates directly on you device, subscribe now.