ସାବିତ୍ରୀ ସାଜିଲେ ୫୬ ବର୍ଷୀୟା ମହିଳା, ସ୍ୱାମୀଙ୍କୁ ବଞ୍ଚାଇବାକୁ ଗଭୀର କୂଅକୁ ଡେଇଁପଡିଲେ ପତ୍ନୀ

ଲଙ୍କା ତୋଳୁ ତୋଳୁ କୂଅରେ ଖସି ପଡ଼ିଲେ ୬୪ ବର୍ଷୀୟ ବୃଦ୍ଧ। ସେପଟେ ନିଜ ଜୀବନକୁ ପାଣି ଛଡ଼େଇ ସ୍ୱାମୀଙ୍କୁ ବଞ୍ଚାଇବାକୁ କୂଅକୁ ଡେଇଁଲେ ବୃଦ୍ଧା ପତ୍ନୀ।

କେରଳ: ସ୍ୱାମୀର ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜିରେ ଲଗାଇଦେଲା ସ୍ତ୍ରୀ। କୂଅରେ ପଡିଯାଇଥିବା ସ୍ୱାମୀକୁ ବାହାରକୁ ଆଣିବା ପାଇଁ କୌଣସି ବାଟ ନପାଇ ନିଜେ ୪୦ ଫୁଟ ଗଭୀର କୂଆକୁ ଡ଼େଇଁ ପଡିଲା ପତ୍ନୀ।

ପରେ ଉଦ୍ଧାରକାରୀ ଟିମଙ୍କୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ କର୍ମଚାରୀ। ସେପଟେ ଲୋକେ କହୁଛନ୍ତି କଳି ଯୁଗରେ ବି ସାବିତ୍ରୀ ବଞ୍ଚିଛନ୍ତି। ଯାହାର ଉଦାହରଣ କେରଳର ଏହି ମହିଳା।

କିପରି ଘଟିଲା ଅଘଟଣ: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଘଟଣା। ଜଣେ ଅବସରପ୍ରାସ୍ତ ପୋଲିସ ଅଫିସର ନିଜ ବଗିଚାରେ କିଛି ଲଙ୍କା ଗଛ ଲଗାଇଥିଲେ। ଆଉ ସେଠାରୁ ଲଙ୍କା ତୋଳିବା ସମୟରେ, ଯେଉଁ ଡାଳ ଉପରେ ଚଢି ଲଙ୍କା ତୋଳୁଥିଲେ ସେ ଡାଳଟି ଭାଙ୍ଗିଗଲା। ଆଉ ବୃଦ୍ଧା ଜଣଙ୍କ ପାଖରେ ଥିବା ଏକ ଗଭୀର କୂଅ ଭିତରେ ଖସି ପଡିଲେ।

୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଧିକାରୀ ରାମେସନ କୂଅରେ ପଡିଯିବା ସମୟରେ ଦୂରରେ ଛିଡା ହୋଇଥିଲେ ୫୬ ବର୍ଷୀୟା ପତ୍ନୀ ପିକେ ପଦ୍ମମ। କୌଣସି ଉପାୟ ନପାଇ ନିଜ ଜୀବନକୁ ବାଜିରେ ଲଗାଇ ସ୍ୱାମୀଙ୍କୁ ବଞ୍ଚାଇବାକୁ ନିଜେ ୪୦ ଫୁଟ କୂଅ ଭିତରକୁ ଡେଇଁ ପଡିଲେ।

ଉଦ୍ଧାରକାରୀ ଦଳ ନିୟୋଜିତ: ପରେ ପିକେ ପଦ୍ମମ ଚେତାଶୂନ୍ୟ ହୋଇ ବୁଡି ଯାଉଥିବା ସ୍ୱାମୀଙ୍କୁ ଠିଆ କରିବାରେ ସଫଳ ହୋଇଥିଲେ। ଏବଂ ସେମାନେ ଏକାଠି କୂଅର କାନ୍ଥରେ ଆଉଜି ହୋଇ ରହିବା ସହ ସାହାଯ୍ୟ ପାଇଁ ଡାକ ପକାଉଥିଲେ।

ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଗଭୀର କୂଅ ଭିତରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଯେହେତୁ ସେମାନେ ଏତେ ଗଭୀର କୂଅରେ ପଡିଯାଇଥିଲେ। ତେଣୁ ବାହାରକୁ ବାହାର କରାଯିବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

ଏବେ ସେ ସୁସ୍ଥ ଥିବା କଥା ଜଣାପଡୁଛି। ହେଲେ ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସମସ୍ତେ ମହିଳାଙ୍କୁ ସାବାସି ଜଣାଉଛନ୍ତି। ଆଉ କଳିଯୁଗର ସାବିତ୍ରୀ ବୋଲି ଆଖ୍ୟା ଦେଇଛନ୍ତି।