fbpx

ଓଡ଼ିଶାରେ ଥମୁନି ମୃତ୍ୟୁ ସଂଖ୍ୟା: ଆଜି ୫୭ ଜଣଙ୍କ ମୁଣ୍ଡ ନେଲା କରୋନା

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୪୧୫କୁ ବୃଦ୍ଧି ପାଇଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼, ଗଞ୍ଜାମ, ପୁରୀ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କଳାହାଣ୍ଡି, କୋରାପୁଟରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି । ଏହାସହ ଅନୁଗୁଳ, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.