fbpx

ଜାତୀୟ ସୂଚନା କେନ୍ଦ୍ରରେ ୫୯୮ ପଦ ଖାଲି: ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ତରଫରୁ ୫୯୮ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ-ବି, ସାଇଣ୍ଟିଫିକ ଅଫିସର / ଇଞ୍ଜିନିୟର ଓ ସାଇଣ୍ଟିଫିକ / ଟେକ୍ନିକାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମାର୍ଚ୍ଚ ମାସ ୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୪ ତାରିଖରେ ସରିବ । ୨୦୨୩ ମସିହା ଏପ୍ରିଲ ମାସ ୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ସେହିପରି ୨୦୨୨ ମସିହା ନଭେମ୍ବର ମାସ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ହିସାବକୁ ନିଆଯିବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଭାଗରେ ଇଞ୍ଜିନିୟରିଂ / ଏମ.ଏସସି / ପିଜି / ଏମ.ଇ / ଏମ.ଟେକ / ଏମ.ଫିଲ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: Available on 04.03.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/03/Notification-NIC-Scientist-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nic.in/

Get real time updates directly on you device, subscribe now.