fbpx
BSKY SKY
BSKY SKY

୫ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ: କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

BSKY

ବରଗଡ଼, ୩ା୨ (ଓଡିଶା ଭାସ୍କର): ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ୫ଟି ସଚିବ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏହି ଗସ୍ତ ଅବସରରେ ୫ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜଳସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଅଧିକାରୀମାନେ ବରଗଡ଼ ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପାଇକମାଲରେ ନୃସିଂହନାଥଙ୍କ ମନ୍ଦିର କାର୍ଯ୍ୟର ସମୀକ୍ଷା କରିବା ସହ ବରଗଡ଼ ଜିଲ୍ଲା ସତିଭଟା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି । ଏହାପରେ ବଲାଙ୍ଗିରର ହରିଶଙ୍କର ପୀଠ ଓ ଲୋୟର ସୁକତେଲ ପ୍ରକଳ୍ପର ତଦାରଖ କରିଥିଲେ । । ଏହି ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

Get real time updates directly on you device, subscribe now.