fbpx

ପ୍ରଥମ ଥର ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରେନିଂ: କାଶ୍ମୀରର ୬ ଜଣ ଭିନ୍ନକ୍ଷମଙ୍କୁ ଏହି ତାଲିମ ଦେଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୁଣିଥରେ ଦେଖିବାକୁ ମିଳିଛି ଭାରତୀୟ ଯବାନଙ୍କ ଉଦାରତା । ଏଥି ସହିତ ଭିନ୍ନକ୍ଷମ ବ୍ୟକ୍ତିଙ୍କ କିଛି ନୂଆ କରିବାର ଆଶା ଏବଂ ଦୃଢ ଇଚ୍ଛାଶକ୍ତି । ଭାରତୀୟ ସେନାର ଚିନାର କର୍ପସ କାଶ୍ମୀରର ୬ ଜଣ ଦିବ୍ୟାଙ୍ଗଙ୍କୁ ସ୍କେଟିଙ୍ଗ ପ୍ରଶିକ୍ଷଣ ଦେଉଥିବା ଦେଖିବାକୁ ମିଳିଛି । ୧୫ତମ କର୍ପସର ମୁଖ୍ୟାଳୟରେ ଜିଓସି-୩୧ ସବ ଏରିଆ ଦ୍ୱାରା ଏହି ପଶିକ୍ଷଣ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ତେବେ ଏଚଏଡବ୍ଲ୍ୟୁଏସ କମାଣ୍ଡାଣ୍ଟ ଏହାର ତଦାରଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅନେକ ସ୍ୱେଚ୍ଛାସେବୀ ସ୍ୱଳ୍ପ ସମୟ ପାଇଁ ଏହି ଖେଳର ପ୍ରଶିକ୍ଷଣ ଦେବାକୁ ସେନାକୁ ନିବେଦନ କରିଥିଲେ । ଏହାପରେ ଜୟପୁରର ଏକ ଏନଜିଓ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ଏଥିପାଇଁ କୃତ୍ରିମ ଅଙ୍ଗ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଇଥିଲା । ଏଭଳି ଏକ ପାଗରେ ମାର୍ଚ୍ଚ ୧୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ପ୍ରଶିକ୍ଷଣ ଶିବିର ମୌଳିକ ସ୍କେଟିଙ୍ଗ କୋର୍ସ ପୂରଣ କରିଛନ୍ତି । ଯୁଦ୍ଧରେ ବାମ ଗୋଡରେ ଆଘାତ ଯୋଗୁଁ ଦିବ୍ୟାଙ୍ଗ ପାଲଟିଥିବା ଲେଫ୍ଟନାଣ୍ଟ କର୍ଣ୍ଣଲ ଧରମଦତ୍ତ ଗୋୟଲ ପ୍ରଶିକ୍ଷଣ ଦଳର ନେତୃତ୍ୱ ନେଇଥିଲେ । ତେବେ ଅନ୍ୟ ୬ କାଶ୍ମୀରୀ ସଦସ୍ୟମାନଙ୍କ ମଧ୍ୟରେ ଗୌହର ଅହମ୍ମଦ ଗନୀ, ଉମର ସଲାମ, ଅବଦୁଲ ରହମାନ ମୀର, ରଫିକ, ମୁସୈବ ରାଶିଦ ଏବଂ ସଇଦ ନଜୀର ସାମିଲ ରହିଥିଲେ ।

ପ୍ରଶିକ୍ଷଣ ସମୟରେ ଅନେକ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡର ବ୍ୟବହାର କରିବାକୁ ପଡିଥିଲା । କିନ୍ତୁ ଏହା ପରେ ମଧ୍ୟ ସଫଳତା ପୂର୍ବକ ପ୍ରଶିକ୍ଷଣ ନେଇ ସେମାନେ ପ୍ରମାଣ କରି ଦେଇଛନ୍ତି ଯେ, ଦୃଢ ଇଚ୍ଛାଶକ୍ତି ଆଗରେ ଶରୀରର ଅକ୍ଷମତା ମଧ୍ୟ ମୁଣ୍ଡ ନୁଅାଁଇବ ।

Get real time updates directly on you device, subscribe now.