Breaking: ୬ ଲକ୍ଷ ଲୋକଙ୍କୁ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କଟାକ୍ଷ କଲେ ବିଜେଡି ନେତା ଅରୁଣ ସାହୁ

ଭୁବନେଶ୍ୱର: ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ରାଷ୍ଟ୍ରୀୟ ପଞ୍ଜାୟତି ରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ୨ ଉପମୁଖ୍ୟମନ୍ତ୍ରୀ ସାମିଲ ଥିଲେ ।

ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି , ଡିଜେ ଲଗାଇ ୫୦ ଲକ୍ଷ ଭୂତ ରାସନ କାର୍ଡ କହିଲେ ସରକାର । ଆଜି ୫ ଲକ୍ଷ ଲୋକଙ୍କୁ କାର୍ଡ ବାଣ୍ଟୁଛନ୍ତି ।

ବାହାରେ ଥିବା ଲୋକ ଇକେୱାଇସି କରିପାରି ନାହାନ୍ତି । ଏମାନେ ଫଲ୍ସ, ଏମାନଙ୍କ କଥା ସବୁ ଫଲ୍ସ ବୋଲି କହିଲେ ଅରୁଣ ।